fbpx

ଅପେକ୍ଷାର ଅନ୍ତ ! ଏହି ସହରରେ ଆରମ୍ଭ ହେଲା Jio 5G: ମାଗଣାରେ ମିଳିବ ଅସୀମିତ ଡାଟା

ନୂଆଦିଲ୍ଲୀ: 5G ପାଇଁ ଅପେକ୍ଷା କରୁଥିବା Reliance Jio ୟୁଜର୍ସଙ୍କ ଅପେକ୍ଷାର ଅନ୍ତ । ଆଜିଠାରୁ ରିଲାଏନ୍ସ ଜିଓ ଏହାର ୫ଜି ସେବା ଲଞ୍ଚ କରୁଛି । ଅବଶ୍ୟ ବର୍ତ୍ତମାନ ଏହା କେବଳ ଚାରିଟି ସହରରେ ସୀମିତ ୟୁଜର୍ସଙ୍କୁ ମିଳିବ । ଏହି ସର୍ଭିସକୁ କମ୍ପାନୀ ଆଜିଠାରୁ ଦିଲ୍ଳୀ, ବାରଣାସୀ, ମୁମ୍ବାଇ ଏବଂ କୋଲକାତାରେ ଆରମ୍ଭ କରିଛି । ଅର୍ଥାତ୍ ଏହି ସହରରେ ୟୁଜର୍ସଙ୍କୁ Jio 5G ଚଳାଇବାର ସୁଯୋଗ ପ୍ରଥମେ ମିଳିବ । ଅବଶ୍ୟ କମ୍ପାନୀ ସବୁ ଗ୍ରାହକଙ୍କୁ ଏହି ସର୍ଭିସ ଦେଉନାହିଁ । ଏବେ କମ୍ପାନୀ ମାଗଣାରେ ୫ଜି ଡାଟା ଦେଉଛି । ଏଥିପାଇଁ ଗ୍ରାହକଙ୍କୁ ଇନଭାଇଟ କରାଯାଉଛି । ଏହି ଇନଭିଟେସନ ଏସଏମଏସ ଦ୍ୱାରା ପଠାଯାଉଛି ।

ଅବଶ୍ୟ, ଯେଉଁ ଗ୍ରାହକଙ୍କୁ ଏସଏମଏସ ମିଳିନାହିଁ ସେମାନେ ମଧ୍ୟ ଏହାର ଫାଇଦା ନେଇପାରିବେ । ଯଦି ବ୍ୟବହାରକାରୀଙ୍ ପାଖରେ ୫ଜି ଫୋନ୍ ଅଛି ଏବଂ ସେମାନଙ୍କୁ ରିଲାଏନ୍ସ ଜିଓ ୫ଜି ନେଟୱର୍କ ଦେଖାଯାଉଛି ତେବେ ସେମାନେ ଏହାର ବ୍ୟବହାର କରିପାରିବେ । ଅବଶ୍ୟ ଅନେକ ୫ଜି ଥିବା ହ୍ୟାଣ୍ଡସେଟରେ ବର୍ତ୍ତମାନ ଏହି ସେବା କାମ କରିବନାହିଁ । ଏଥିପାଇଁ ଆପଣଙ୍କୁ ମୋବାଇଲ କମ୍ପାନୀ ତରଫରୁ ଅନ୍ୟ ଏକ ଅପଡେଟ ଆସିବ । ଏହାପରେ ରିଲାଏନ୍ସ ଜିଓ ୫ଜି ସେବାର ବ୍ୟବହାର କରାଯାଇାପାରିବ ।

କମ୍ପାନୀ ୪ଜି ପରି ୫ଜି ର ଟ୍ରାଏଲ ସମୟରେ ଗ୍ରାହକଙ୍କୁ ମାଗଣା ୫ଜି ଡାଟା ଦେବାକୁ ଘୋଷଣା କରିଛି । ଆଗାମୀ ସମୟରେ ୫ଜି  ପ୍ଲାନ ବିଷୟରେ ସୂଚନା ଦେବ । ଏବେ ୟୁଜର୍ସଙ୍କୁ ବ୍ୟବହାର କରିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଆବଶ୍ୟକତା ନାହିଁ । କମ୍ପାନୀ ଦାବି କରିଛି ଯେ ୟୁଜର୍ସଙ୍କୁ ଅନଲିମିଟେଡ୍ ୫ଜି ଡାଟା ୧ ଜିବିପିଏସ ସ୍ପିଡରେ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.