fbpx

ଭାରତୀୟ Cough Syrup ସେବନ କରି ଚାଲିଗଲା ୬୬ ଜଣ ଶିଶୁଙ୍କ ଜୀବନ, ଯାଞ୍ଚ ନିର୍ଦ୍ଦେଶ ଦେଲା WHO

ନୂଆଦିଲ୍ଲୀ: କଫ ସିରପ ସେବନ କରି ୬୬ ଜଣ ଶିଶୁଙ୍କ ଜୀବନ ଚାଲିଯାଇଛି । ଗାମ୍ବିଆରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା । ଭାରତୀୟ କଫ ସିରପ ସେବନ କରିବା ପରେ ଉକ୍ତ ଶିଶୁମାନେ ମୃତ୍ୟୁବରଣ କରିଥିଲେ । ତେବେ ଭାରତର ମେଡେନ ଫାର୍ମାସିଟିକାଲ୍ସ କମ୍ପାନୀ ଚାରିଟି କଫ ଆଣ୍ଡ କୋଲ୍ଡ ସିରପ ପ୍ରସ୍ତୁତ କରିଥିଲା । ତେଣୁ ମେଡ୍ ଇନ୍ ଇଣ୍ଡିଆ କଫ ସିରପର ଯାଞ୍ଚ କରାଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ।

ଏନେଇ ହୁ’ ପକ୍ଷରୁ ଭାରତୀୟ ୪ ମେଡିକାଲ ପ୍ରଡକ୍ଟ ଉପରେ ଆଲର୍ଟ ଜାରି କରାଯାଇଛି । ଭାରତୀୟ ଫାର୍ମା କମ୍ପାନୀ ମେଡେନ ଫର୍ମାସିଟିକାଲସ୍ ଲିମିଟେଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା ଏହି କଫ ଓ କୋଲଡ ସିରପ । ତେବେ ଏହି ମେଡିସିନ ସେବନ କରିବା ପରେ କିଡନୀ ସମସ୍ୟା ଦେଖାଦେବା ସହ ୬୬ ଜଣ ଶିଶୁ ଗାମ୍ବିଆରେ ପ୍ରାଣ ହରାଇଥିଲେ ।

ତେବେ ଏହି ଶିଶୁଙ୍କର ମୃତ୍ୟୁକୁ ନେଇ ସେମାନଙ୍କର ପରିବାରରେ ଦୁଃଖର ଲହରୀ ଖେଳିଯାଇଛି । ମୃତକଙ୍କ ପରିବାର ବର୍ଗଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ହୁ’ ମୁଖ୍ୟ ଟେଡ୍ରୋସ ଆଧାନୋମ୍ ଗେବ୍ରେୟସସ୍ । ଏହି ଘଟଣାକୁ ନେଇ ହୁ’ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି । ଏ ବାବଦରେ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

Get real time updates directly on you device, subscribe now.