fbpx

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର: ଜାଣନ୍ତୁ କାହାକୁ ମିଳିବ ?

ନୂଆଦିଲ୍ଲୀ: ୨୦୨୨ ପାଇଁ ନୋବେଲ ଶାନ୍ତିି ପୁରସ୍କାର ଘୋଷଣା ହୋଇଛି । ଜଣେ ବ୍ୟକ୍ତି ଓ ଦୁଇ ସଙ୍ଗଠନକୁ ମିଳିବ ଭାବେ ମିଳିବ ନୋବେଲ ଶାନ୍ତି ପୁରସ୍କାର । ମାନବାଧିକାର ବେଲାରୁଷର ଆଲେସ୍ ବାଲିଆସ୍କିଙ୍କୁ ଏହି ପୁରସ୍କାର ମିଳିବା ନେଇ ଆଜି ଘୋଷଣା ହୋଇଛି ।

ଏହା ସହ ରୁଷର ମାନବାଧିକାର ସଙ୍ଗଠନ ‘ମେମୋରିଆଲ’କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ । ସେହିପରି ୟୁକ୍ରେନ ମାନବାଧିକାର ସଙ୍ଗଠନ ସେଣ୍ଟର ଫର ସିଭିଲ ଲିବର୍ଟିଜକୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି ।

Belarusian human rights activist Ales Bialiatski is seen on December 3, 2020.

ତେବେ ୨୦୨୦ ପାଇଁ ୱାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମକୁ ମିଳିଥିଲା ନୋବେଲ ଶାନ୍ତି ପୁରସ୍କାର ଘୋଷଣା । ସେହିପରି ୨୦୨୧ ପାଇଁ ୨ ସାମ୍ବାଦିକଙ୍କୁ ଦିଆଯାଇଥିଲା ନୋବେଲ ଶାନ୍ତି ପୁରସ୍କାର। ୨ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିଥିଲା ନୋବେଲ ଶାନ୍ତି ପୁରସ୍କାର । ସେହି ୨ ସାମ୍ବାଦିକ ହେଉଛନ୍ତି ମାରିଆ ରେସା ଓ ଦିମିତ୍ରି ମୁରାତୋଭ । ବାକ୍ ସ୍ୱାଧୀନତା ପାଇଁ ଉଭୟ ସାମ୍ବାଦିକଙ୍କୁ ନୋବେଲ ପୁରସ୍କାର ମିଳିଥିଲା ।

Get real time updates directly on you device, subscribe now.