fbpx

୧୫ ଦିନ ଭିତରେ ଦେଖାଯିବ ଦ୍ୱିତୀୟ ଗ୍ରହଣ: ବର୍ଷର ଶେଷ ଚନ୍ଦ୍ରଗ୍ରହଣର କ’ଣ ରହିବ ପ୍ରଭାବ?

ନୂଆଦିଲ୍ଲୀ: ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ହେଉଛନ୍ତି ଜ୍ୟୋତିର୍ବିଜ୍ଞାନିକ ଘଟଣା । କିନ୍ତୁ ଧାର୍ମିକ ଏବଂ ଜ୍ୟୋତିଶ ଶାସ୍ତ୍ରରେ ଏହି ଦୁଇଟି ପ୍ରକ୍ରିୟାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଚଳିତବର୍ଷ ସଂଯୋଗ ଖୁବ ଅଜବ ରହିଛି । ମାତ୍ର ୧୫ ଦିନ ମଧ୍ୟରେ ଲଗାତାର ୨ଟି ଗ୍ରହଣ ଲାଗୁଛି । ଗତ ୨୫ ତାରିଖରେ ଦୀପାବଳି ଦିନ ସୂର୍ଯ୍ୟଗ୍ରହଣ ଲାଗିଥିବା ବେଳେ ଦ୍ୱିତୀୟଟି ଆସନ୍ତା ନଭେମ୍ବର ୮ ତାରିଖରେ ଚନ୍ଦ୍ରଗ୍ରହଣ ପଡୁଛି । ତେବେ ଏହା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହୋଇଥିବା ଭାରତର ଅଧିକାଂଶ ଅଞ୍ଚଳରେ ଏହା ଦେଖିବାକୁ ମିଳିବ ନାହିଁ । ତେବେ ଆସନ୍ତୁ ଜାଣିବା କ’ଣ ରହିବ ଏହି ଦ୍ୱିତୀୟ ଗ୍ରହଣର ପ୍ରଭାବ ।

ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ, ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ସମସ୍ତେ ଗୋଟିଏ ସରଳରେଖାରେ ରହିଥିଲେ ଚନ୍ଦ୍ରଗ୍ରହଣ ଘଟିଥାଏ । ତେବେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ ୧୫ ତାରିଖରେ ପଡିଥିଲା ଏବଂ ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଆସନ୍ତ ନଭେମ୍ବର ୮ ତାରିଖରେ ଦେଖିବାକୁ ମିଳିବ । ଏହି ଗ୍ରହଣରେ ସୂତାକ ଅବଧି ପ୍ରଭାବଶାଳୀ ରହିବ ନାହିଁ । ରାତି ୫.୩୨ରୁ ସନ୍ଧ୍ୟା ୬.୧୮ ପର୍ଯ୍ୟନ୍ତ ଲାଗି ରହିବ ଏହି ଚନ୍ଦ୍ରଗ୍ରହଣ । ତେବେ ଏହା ଭାରତର ଅଧିକାଂଶ ଅଞ୍ଚଳରେ ଦେଖାଯିବ ନାହିଁ । ତେବେ ପାଟନା, ରାଞ୍ଚି, କୋଲକାତା, ସଲିଗୁଡି ଏବଂ ଗୁଅ।।ହାଟି ଇତ୍ୟାଦି ସ୍ଥାନରେ ଏକ ଗ୍ରହଣ ଦେଖାଯାଇପାରିବ ।

ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣରେ ସମସ୍ତ ରାଶିର ବ୍ୟକ୍ତିଙ୍କ ପାଇଁ ମାନସିକ ସ୍ଥିତି ଏବଂ ଜୀବନରେ ଉଭୟ ଶୁଭ-ଅଶୁଭ ପ୍ରଭାବ ଦେଖିବାକୁ ମିଳିବ । ଚନ୍ଦ୍ରଗ୍ରହଣ ସମୟରେ ସାରା ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ଗ୍ରହଣ ସମୟରେ ଜଳବାୟୁ ଉପରେ ମଧ୍ୟ ଏହାର ପ୍ରଭାବରେ ପଡିପାରେ ବୋଲି ଅନୁମାନ କରାଯାଉଛି । ମାନବ ଜଗତ ପାଇଁ ଚିନ୍ତାର ବିଷୟ ହୋଇପାରେ ଏହି ଚନ୍ଦ୍ରଗ୍ରହଣ । ତେବେ ଏହି ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଗ୍ରହଣ ସମାପ୍ତ ହେବା ପରେ ସ୍ନାନ କରିବା ଉଚିତ ।

Get real time updates directly on you device, subscribe now.