fbpx
BJD SKY
BJD SKY

ପାକିସ୍ତାନ ଅଭିନେତ୍ରୀଙ୍କ ଅଜବ ପ୍ରସ୍ତାବ: କହିଲେ –‘ଭାରତ ହାରିଲେ ଜିମ୍ବାୱେ ଯୁବକଙ୍କୁ ବିବାହ କରିବି’

BJD

ଇସଲାମାବାଦ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ କ୍ରିକେଟ ବିଶ୍ୱକପର ସୁପର୧୨ ପର୍ଯ୍ୟାୟ ଶେଷ ମ୍ୟାଚରେ ଜିମ୍ବାୱେକୁ ପରାସ୍ତ କଲେ ଭାରତ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ଆସନ୍ତା ୬ ତାରିଖ ଦିନ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ଭାରତ କିପରି ଶେଷ ମ୍ୟାଚରେ ହାରି ସେମିଫାଇନାଲ ଖେଳିବାରୁ ବଞ୍ଚିତ ହେବ ସେଥିପାଇଁ ଜିମ୍ବାୱେକୁ ଲୋଭନୀୟ ତଥା ଅଜବ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ସେହର ଶିନୱାରି । ସୁପର-୧୨ ପର୍ଯ୍ୟାୟ ମ୍ୟାଚରେ ଜିମ୍ବାୱେ ୧ ରନରେ ପାକିସ୍ତାନକୁ ହରାଇ ଏକ ରୋମାଞ୍ଚକର ବିଜୟ ହାସଲ କରିଥିବା ବେଳେ ଭାରତକୁ ମଧ୍ୟ ଆସନ୍ତା ରବିବାର ମ୍ୟାଚରେ ଜିମ୍ବାୱେ ପରାସ୍ତ କରୁ ବୋଲି ପାକିସ୍ତାନ ଅଭିନେତ୍ରୀ ସେହର ଜିମ୍ବାୱେ ଦଳକୁ ଆହ୍ୱାନ କରିଛନ୍ତି । କାରଣ ଭାରତ ହାରିଗଲେ ପାକିସ୍ତାନ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିବ ବୋଲି ସେ ଆଶା ରଖିଛନ୍ତି ।

ତେଣୁ ସେ ଜିମ୍ବାୱେ ଖେଳାଳିଙ୍କୁ ଏହି ନିଆରା ତଥା ଏକ ହାସ୍ୟସ୍ପଦ ପ୍ରସ୍ତାବ ଦେଇଛନ୍ତି । ସେହର ଏହି ଆହ୍ୱାନ ଦେଇ କହିଛନ୍ତି ଯେ, ଜିମ୍ବାୱେ ଯଦି ଶେଷ ମ୍ୟାଚରେ ଭାରତକୁ ପରାସ୍ତ କରିଦେବ ତେବେ ସେ ଆଫ୍ରିକୀୟ ଦେଶର ଜଣେ ଯୁବକଙ୍କୁ ବିବାହ କରିବେ । ସେହିପରି ବୁଧବାର ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ମ୍ୟାଚ ବେଳେ ଭାରତର ପରାଜୟ ନେଇ ସେ ବାରମ୍ବାର ଟ୍ୱିଟ୍ କରିବା ସହ ଶେଷରେ ନିରାଶ ହୋଇଥିଲେ । ଭାରତ ମ୍ୟାଚ ଜିତିବା ପରେ ସୋଶାଲ ମିଡିଆରେ ତାଙ୍କୁ ଅନେକ ୟୁଜର୍ସ ଟ୍ରୋଲ ମଧ୍ୟ କରିଥିଲେ । ଏହା ସତ୍ତେ୍ୱ ସେ ପୁଣି ଥରେ ଭାରତ-ଜିମ୍ବାୱେ ମ୍ୟାଚକୁ ନେଇ ଟ୍ୱିଟ କରିଛନ୍ତି ।

ସେ କହିଛନ୍ତି, “ଜିମ୍ବାୱେ ଯଦି ଆଶ୍ଚର୍ଯ୍ୟଜନକ ଭାବେ ପରବର୍ତ୍ତୀ ମ୍ୟାଚରେ ଭାରତକୁ ହରାଇ ଦେବ, ତା’ହେଲେ ମୁଁ ଜଣେ ଜିମ୍ବାୱେ ନାଗରିକଙ୍କୁ ବିବାହ କରିବି ।” ସେ ଟ୍ୱିଟ କରିବା ପରେ ଏହାକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଏଯାଏ ୪୯ ଜଣ ରି-ଟ୍ୱିଟ କରିଛନ୍ତି । ସେହିପରି ଅନେକ ଲୋକ ଅଭିନେତ୍ରୀ ସେହରଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । ମାତ୍ର ସେହର ମନେ ରଖିବା ଉଚିତ ଯେ ଭାରତ ଶେଷ ମ୍ୟାଚରେ ବରାବର ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ଖେଳିବା ରାସ୍ତା ପରିଷ୍କାର କରିବା ନିଶ୍ଚିତ ।

 

Get real time updates directly on you device, subscribe now.