fbpx

ଅର୍ଚ୍ଚନାଙ୍କ ଘରେ ED,ଖୋଲିବା ଅର୍ଚ୍ଚନା ନାଗ’ର ଗୁମର

ଭୁବନେଶ୍ୱର: ସକାଳୁ ସକାଳୁ ରେଡ । ଅର୍ଚ୍ଚନାଙ୍କ ଘରେ ପୁଣି ଛାନଭିନ ଆରମ୍ଭ କରିଲା ଇଡି । କଢ଼ା ସୁରକ୍ଷା ବଳୟ ଭିତରେ କେସିଙ୍ଗା ଥାନା ଅନ୍ତଗର୍ତ ବାସଭବରେ ଚାଲିଛି ରେଡ । ସିଆରପିଏଫ ଆଉ ପୁଲିସଙ୍କ ଉପସ୍ଥିତିରେ ଚାଲିଛି ରେଡ ।

ସୂଚନାମୁତାବକ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିରୁଦ୍ଧରେ ମାମଲାରେ ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରିବ ବୋଲି ସୂଚନା ମିଳିଥିଲା । ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ସହିତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଇଡି ।

ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ଅର୍ଚ୍ଚନାଙ୍କ ସହିତ ଲିଙ୍କ୍‌ରେ ଥିବା ବିଭିନ୍ନ ଲୋକଙ୍କୁ ଇଡି ନୋଟିସ୍ କରିବ ବୋଲି ସୂଚନା ମିଳିଛି । ଇଡି ବର୍ତ୍ତମାନ ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଖୋଳତାଡ଼ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.