fbpx

ମିଳିବ ମାଗଣା ଚାଉଳ ଓ ଗହମ: ତାରିଖ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଯଦି ଆପଣ ମାଗଣା ରାସନର ସୁବିଧା ନେଉଛନ୍ତି, ତେବେ ବର୍ତ୍ତମାନ ଆପଣ ଜାଣି ରଖନ୍ତୁ ଯେ କେଉଁ ତାରିଖ ପର୍ଯ୍ୟନ୍ତ ଆପଣ ୫ କିଲୋଗ୍ରାମ ମାଗଣା ଚାଉଳ ପାଇ ପାରିବେ । ନଭେମ୍ବର ମାସରେ ସରକାର ମାଗଣା ରାସନ ପାଇଁ ତାରିଖ ଘୋଷଣା କରିଛନ୍ତି । ତେଣୁ ଆପଣ ଡିଲରଙ୍କ ନିକଟକୁ ଯିବା ପୂର୍ବରୁ ରାସନ ପାଇବା ତାରିଖ ଜାଣି ରଖନ୍ତୁ ।

ଏହି ତାରିଖରେ ମାଗଣା ରାସନ ନିଅନ୍ତୁ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସେପ୍େଟମ୍ବର ମାସ ପାଇଁ ଚାଉଳ ବଣ୍ଟନ ଆରମ୍ଭ ହୋଇଛି । ୟୁପି ସରକାରଙ୍କ ତରଫରୁ ଏଥିପାଇଁ ୨୦ ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ତାରିଖ ସ୍ଥିର କରାଯାଇଛି । ତେଣୁ ଆପଣ ଏହି ତାରିଖରେ ମାଗଣା ଚାଉଳ ନେଇପାରିବେ ।

ରାସନ ଦୁଇଥର ବଣ୍ଟନ କରାଯାଏ ।
ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ମାସକୁ ଦୁଇଥର ରାସନ କୋଟା ଯୋଗାଉଛନ୍ତି, ଯାହା ଦେଶର କୋଟି କୋଟି ଲୋକଙ୍କୁ ଉପକୃତ କରୁଛି । ଜାଣି ରଖନ୍ତୁ ଯେ, ରାସନ ପ୍ରଥମ ଥର ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ବଣ୍ଟନ କରାଯାଉଥିବା ବେଳେ ଦ୍ୱିତୀୟ ଥର ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣାରେ ବଣ୍ଟନ କରାଯାଇଥାଏ ।

ମାସର ପ୍ରଥମରେ ସରକାର ନିୟମିତ ରାସନ ବଣ୍ଟନ କରନ୍ତି ଏବଂ ଦ୍ୱିତୀୟ ଥର ମାଗଣା ରାସନ ବଣ୍ଟନ କରାଯାଏ । ତେଣୁ ଆପଣ ୨୦ ରୁ ୩୦ ନଭେମ୍ବର ମଧ୍ୟରେ ମାଗଣା ରାସନ ନେଇ ପାରିବେ ।

Get real time updates directly on you device, subscribe now.