fbpx

ଜିଲ୍ଲାପାଳଙ୍କ ନାଁରେ ପିଏଙ୍କ ସଂଗୀନ ଅଭିଯୋଗ

ଖୋର୍ଦ୍ଧା: ଚାକିରୀ କ୍ଷେତ୍ରରେ କିଏ ବଡ ପଦବୀରେ ଥାଆନ୍ତି ତ କିଏ ଛୋଟ ପଦବୀରେ ରହିଥାନ୍ତି । ତେବେ ବ ଡ ପଦବୀ ଲୋକେ ଯଦି ଛୋଟ ପଦବୀର ଲୋକଙ୍କୁ ଅବ୍ୟହାର କରିବେ ତେବେ ଲୋକେ ଚାକିରୀରେ ରହିବେ କିପରି । ଏମିତି ଏକ ଅଭିଯୋଗ ଆଣିଛନ୍ତି ଜିଲ୍ଲାପଳଙ୍କ ପିଏ ।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ପିଏ ହେମନ୍ତ ଭୋଇ । ଅଭିଯୋଗର କାରଣ ଦର୍ଶାଇ ସେ କହିଛନ୍ତି ଯେ, ଜିଲ୍ଲାପଳ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ସେ ତାଙ୍କୁ ଟିକେ ଟିକେ କଥାରେ ଗାଳିଗୁଲଜ କରନ୍ତି । ଜିଲ୍ଲାପାଳ ତାଙ୍କୁ ଜାତିଆଣା ଅପେକ୍ଷା କରି ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି ।ପିଅନ ସୁଇପର ଭଳି ବ୍ୟବହାର ଦେଖାଉଛନ୍ତି ପିଏଙ୍କୁ ଜିଲ୍ଲାପାଳ ।

ଘଟଣା ସ୍ଥଳରେ ଦୀର୍ଘ ଦୁଇମାସ ଧରି ଏମିତି ଗାଳିଗୁଲଜ କରି ମାନସିକ ନିର୍ଜାତନା ଦେଉଥିବାରୁ ହେମନ୍ତଙ୍କ ସ୍ତ୍ରୀ ଏନେଇ ଥାନାରେ ଏତଲା ଦେଇଛନ୍ତି । ହେମନ୍ତ ନିଜେ କହିଁଛନ୍ତି ଯେ, ମୋର ଯଦି କିଛି ହୋଇଯାଏ ତେବେ ଏଥିପାଇଁ ଦାୟୀ ରହିବେ ଜିଲ୍ଲାପାଳ । ତେବେ ଏହାକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା କିଛି ଆସି ନାହିଁ ।

 

Get real time updates directly on you device, subscribe now.