fbpx
BSKY
BJD MC SKY
BJD MS SKY

ଇତିହାସକୁ ବିକୃତ କରି ଲେଖା ହୋଇଛି, ଠିକ୍ କରିବାକୁ କେହି ଅଟକାଇବେ ନାହିଁ: ଅମିତ୍ ଶାହ

ନୂଆଦିଲ୍ଲୀ: ଭାରତର ଇତିହାସ ବିକୃତ କରି ଲେଖାହୋଇଛି। ଶୁକ୍ରବାର ଦିଲ୍ଲୀରେ ଆସାମ ସରକାରଙ୍କ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ପୁଣି ଥରେ ଇତିହାସକୁ ସଂଶୋଧନ କରି ଲେଖାଯିବାର ଆବାଶ୍ୟକତା ରହିଛି। ଭାରତୀୟ ଦୃଷ୍ଟିରେ ଇତିହାସକୁ ପୁଣି ଥରେ ଲେଖିବା ପାଇଁ ସେ ଇତିହାସକାରଙ୍କୁ ଅପିଲ୍ କରିଛନ୍ତି। ଏଥିରେ ଯାହା ସହଯୋଗ ଦରକାର ସରକାରଙ୍କ ପକ୍ଷରୁ ସବୁ ଯୋଗାଇ ଦିଆଯିବ।

ଶାହ କହିଛନ୍ତି,  ଇତିହାସର ଛାତ୍ର ହିସାବରେ ମୁଁ ଅନେକ ଥର ଶୁଣିଛି ଯେ, ଆମର ଇତିହାସକୁ ଠିକ୍ ଭାବେ ଲେଖା ଯାଇନି। ବୋଧହୁଏ ଏହାକୁ ଠିକ୍ କରି ଲେଖିବାର ଏହା ହେଉଛି ସର୍ବୋତ୍କୃଷ୍ଟ ସମୟ। ଇତିହାସକୁ ସୁଧାରିବା ପାଇଁ କେହି ଅଟକାଇ ପାରିବେ  ନାହିଁ। ଇତିହାସବିତ୍ ତଥା ଛାତ୍ରଙ୍କୁ ଭାରତର ବିଭିନ୍ନ କ୍ଷେତ୍ରରେ ୧୫୦ ବର୍ଷରୁ ଅଧିକ ଶାସନ କରିଥିବା ୩୦ ସାମ୍ରାଜ୍ୟ ଏବଂ ଦେଶର ସ୍ଵାଧୀନତା ପାଇଁ ପ୍ରାଣବଳୀ  ଦେଇଥିବା ୩୦୦ରୁ ଅଧିକ ସଂଗ୍ରାମୀଙ୍କ ଉପରେ ଗବେଷଣା କରି ବାସ୍ତବ ଇତିହାସ  ଲେଖିବା ଉଚିତ୍। ଯଦି ଲଚିତ୍ ବୋଡଫୁକନ ନଥାନ୍ତେ ତେବେ ପୂର୍ବୋତର ଭାରତର ଅଂଶ ହୋଇ ପାରିନଥାନ୍ତା।

ଶାହ କହିଛନ୍ତି, ଆମର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ଅଦ୍ୟମ ସାହାସକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇ ପାରିଲେ ସେଥିରୁ ଆଗାମୀ ପିଢିକୁ ପ୍ରେରଣା ମିଳି ପାରିବ। ଯେଉଁ ଦେଶର ଜନତାଙ୍କ ନିଜର ଇତିହାସ ଉପରେ ଗର୍ବ ନାହିଁ, ସେ ନିଜର ସ୍ଵର୍ଣ୍ଣିମ ଭବିଷ୍ୟତ ଗଢି ପାରିବେ ନାହିଁ ବୋଲି । ତେଣୁ ମୁଁ ଇତିହାସକାରଙ୍କୁ ଦେଶର ପ୍ରକୃତ ଇତିହାସ ଲେଖିବାକୁ ଅପିଲ୍ କରୁଛି ବୋଲି ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.