fbpx

ତୁଳସୀ ମୂଳେ ପାଣିଦେବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ, ଘରେ ବଢିବ ସୁଖ-ଶାନ୍ତି

ସନାତନ ଧର୍ମରେ ତୁଳସୀକୁ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଦିଆଯିବା ସହ ଏହାକୁ ଅତ୍ୟନ୍ତ ପ୍ରବିତ୍ର ବୋଲି ଧରାଯାଏ । ପ୍ରତ୍ୟେକ ହିନ୍ଦୁଙ୍କ ଘର ଅଗଣାରେ ତୁଳସୀ ଗଛ ରଖାଯାଇ ପୂଜା କରାଯାଇଥାଏ । କିଛି ଲୋକ ଅଛନ୍ତି ଏହାର ସକରାତ୍ମକ ପରିବେଶ ପାଇଁ ତୁଳସୀକୁ ଘର ଚାରିପଟେ ଲଗାଇଥାନ୍ତି । ଏହି ଗଛରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଏଥିପାଇଁ ତୁଳସୀ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ହୋଇଥାଏ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କ ପୂଜା ହୋଇ ନଥାଏ । ଲୋକେ ଘରର ସୁଖ ଏବଂ ଦୁଃଖ ହଟାଇବା ପାଇଁ ତୁଳସୀର ପୂଜା କରିଥାନ୍ତି । ହେଲେ ତୁଳସୀ ଗଛ ମୂଳେ ପାଣି ଦେବା ସମୟରେ କିଛି ମନ୍ତ୍ର ଜପ କରିବା ନିହାତି ଆବଶ୍ୟକ । କାରଣ ବିନା ମନ୍ତ୍ରରେ ପାଣି ଦେବାକୁ ସ୍ୱୀକାର କରାଯାଏ ନାହିଁ ।

ତୁଳସୀକୁ ସବୁଦିନ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଖୁସି ହୋଇଯାଇ ଆର୍ଶିବାଦ ପ୍ରଦାନ କରିଥାନ୍ତି । ସକାଳୁ ସ୍ନାନ ସାରି ତୁଳସୀ ପୂଜା କରିବା ଆବଶ୍ୟକ । ସୂର୍ଯ୍ୟ ଉଦୟ ପରେ ତୁଳସୀ ମୂଳେ ପାଣି ଦେବା ଉଚିତ ନୁହେଁ । ଏହାସହ ରବିବାର ଦିନ ତୁଳସୀ ପତ୍ର ତୋଳିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପତ୍ର ଛିଣ୍ଡାଇବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀ ରାଗିଯାଇଥାନ୍ତି । ଯଦି ଗ୍ରହ ଦଶା ପଡିଛି ଏହାକୁ ଠିକ କରିବା ପାଇଁ ସବୁଦିନ ତୁଳସୀ ମୂଳେ ପାଣି ଦେବା ଉଚିତ । ତୁଳସୀ ମୂଳେ ଜଳ ଅର୍ପଣ କରିବା ସମୟରେ ଯଦି ତୁଳସୀ ମନ୍ତ୍ର ଜପ କରାଯାଏ ତେବେ ଏହା ବହୁ ଶୁଭ ଫଳ ଦେଇଥାଏ । ଏବଂ ଏହା ପରେ ହିଁ ପୂଜା ସ୍ୱୀକାର କରାଯାଇଥାଏ ।

ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବର୍ଦ୍ଧିନୀ
ଆଦି ବ୍ୟାଧି ହରା ନିତ୍ୟଂ, ତୁଳସୀ ତ୍ୱଂ ନମୋଃସ୍ତୁତେ

ଏହି ମନ୍ତ୍ର ଜପ କରିବା ଦ୍ୱାରା ପୂଜା ସ୍ୱୀକାର ହେବା ସହ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ପ୍ରଶନ୍ନ ହୋଇଥାନ୍ତି । ତୁଳସୀ ମନ୍ତ୍ର ପ୍ରଭାବରେ ଘରେ ସୁଖ-ଶାନ୍ତିର ଆଗମନ ହେବାସହ, ସୁଖ-ସମୃଦ୍ଧିର ମଧ୍ୟ ବୃଦ୍ଧି ଘଟିଥାଏ ।

Get real time updates directly on you device, subscribe now.