fbpx

ସାଧାରଣ ଲୋକଙ୍କ ପାଇଁ ଡିସେମ୍ବର ୧ରୁ ଲଞ୍ଚ ହେବ ଡିଜିଟାଲ ଟଙ୍କା ‘ଇ-ରୁପି’: RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଡିଜିଟାଲ ମୁଦ୍ରା (e₹-R)କୁ ନେଇ ବଡ଼ ଘୋଷଣା କରିଛି । ଡିସେମ୍ବର ୧ ରେ ଖୁଚୁରା ଡିଜିଟାଲ ଟଙ୍କାର ଘୋଷଣା ହେବ । ରିଟେଲ ଡିଜିଟାଏ କରେନ୍ସି ପାଇଁ ଏହା ପ୍ରଥମ ପାଏଲଟ ପ୍ରୋଜେକ୍ଟ ହେବ । ପାଏଲଟ ସମୟରେ ଡିଜିଟାଲ ଟଙ୍କାର ନିର୍ମାଣ, ଡିଷ୍ଟ୍ରିବ୍ୟୁସନ୍ ଓ ରିଟେଲ ବ୍ୟବହାରର ସମ୍ପୂର୍ଣ୍ଣ ପ୍ରକ୍ରିୟାର ଟେଷ୍ଟିଂ କରାଯିବ । ଏହା ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ହୋଲସେଲ କାରବାର ପାଇଁ ଡିଜିଟାଲ ଟଙ୍କାର ଲଞ୍ଚ କରିଥିଲା ।

ପାଇଁ ଏହା ପ୍ରଥମ ଟ୍ରାନ୍ସ ଲଞ୍ଚ କରିବ ବୋଲି ଆରବିଆଇ କହିଛି । e₹-R ଏକ ଡିଜିଟାଲ୍ ଟୋକନ୍ ଆକାରରେ ପ୍ରଚଳିତ ହେବ । ଏହା ମଧ୍ୟ ଆଇନଗତ ଟେଣ୍ଡରର ପ୍ରତିନିଧିତ୍ୱ କରିବ । ନୋଟ୍ ଓ କଏନ୍ ଟଙ୍କା ଭଳି ଏହା ପ୍ରଚଳିତ ହେବ ବୋଲି ସୂଚନା ମିଳିଛି ।

ରିଜର୍ଭ ବ୍ୟାଙ୍କ ଏହି ଡିଜିଟାଲ କରେନ୍ସିକୁ ସେଣ୍ଟ୍ରାଲ ଡିଜିଟାଲ କରେନ୍ସି (ସିବିଡିସି) ନାମରେ ନାମିତ କରିଛି । ୧ ଡିସେମ୍ବରରୁ ଏହାର ରୋଲଆଉଡ ଦେଶର ବଛା ବଛା ଲୋକେସନରେ କରାଯିବ, ଯେଉଁଥିରେ କଷ୍ଟମରରୁ ନେଇ ମର୍ଚେଣ୍ଟପର୍ଯ୍ୟନ୍ତ ସମସ୍ତଙ୍କୁ ସାମିଲ କରାଯିବ ।

Get real time updates directly on you device, subscribe now.