fbpx

ଟିକଟକ୍ ଷ୍ଟାର୍ ମେଘା ଠାକୁରଙ୍କ ମୃତ୍ୟୁ: ମାତ୍ର ୨୧ ବର୍ଷ ବୟସରେ ଦୁନିଆକୁ କହିଲେ ‘ଅଲବିଦା’

ନୂଆଦିଲ୍ଲୀ: ଭାରତୀୟ ମୂଳ କାନାଡ଼ାର ଟିକଟକ୍ ଷ୍ଟାର ମେଘା ଠାକୁରଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ହୋଇଛି ବୋଲି ତାଙ୍କ ପିତାମାତା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମେଘା ଠାକୁରଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା ଏବଂ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ପାଇଁ ସେ ବହୁତ ପ୍ରସିଦ୍ଧ ଥିଲେ । ଏତେ କମ୍ ବୟସରେ ସେ ଦୁନିଆକୁ ସବୁଦିନ ପାଇଁ ‘ଅଲବିଦା’ କହିଛନ୍ତି ।

ଟିକଟକରେ ତାଙ୍କର ୯ଲକ୍ଷ ୩୦ହଜାରରୁ ଅଧିକ ଫଲୋଅର୍ସ ଥିଲେ । ମେଘା ଠାକୁର ସୋସିଆଲ ମିଡିଆରେ ଶରୀରର ସକରାତ୍ମକତାକୁ ପ୍ରୋତ୍ସାହିତ କରିବା ପାଇଁ ବେଶ୍ ପ୍ରସିଦ୍ଧିଲାଭ କରିଥିଲେ । ସେ ପ୍ରାୟତଃ ନିଜ ନୃତ୍ୟର ଭିଡିଓ ସେୟାର କରୁଥିଲେ ।

 

View this post on Instagram

 

A post shared by Megha (@meghaminnd)

ସୋସିଆଲ ମିଡିଆରେ ତାଙ୍କ ଅଫିସିଆଲ ଆକାଉଣ୍ଟରୁ ପିତା-ମାତା ସୂଚନା ଦେଇଛନ୍ତି କି, ୨୪ ନଭେମ୍ବରରେ ଅଚାନକ୍ ମେଘା ଠାକୁରଙ୍କ ପରଲୋକ ହୋଇଛି । ସେ ଭାରତୀୟ ମୂଳ କାନାଡାର ନାଗରିକ ଥିଲେ । ମେଘାଙ୍କୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସମାନେ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.