fbpx

(Video) କ୍ଲାସ ରୁମରେ ବାଜିଲା ଭୋଜପୁରୀ ଡିଜେ, ଦିଦିଙ୍କ ଡ୍ୟାନ୍ସରେ ଦିବାନା ହୋଇଗଲେ ସମସ୍ତ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡ଼ିଆ ଯୁଗରେ ଅନେକ ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ । ତେବେ କ୍ଲାସରୁମରେ ପିଲାମାନଙ୍କ ଆଗରେ ଜଣେ ଶିକ୍ଷୟିତ୍ରୀ ଡ୍ୟାନ୍ସ କରିଛନ୍ତି । ଦିଦିଙ୍କ ନାଚ ଦେଖି ଛାତ୍ରଛାତ୍ରୀମାନେ ମଧ୍ୟ ଖୁସିରେ ଝୁମି ଉଠିଥିଲେ । ଶିକ୍ଷୟିତ୍ରୀ ଜଣଙ୍କ ଏକ ଭୋଜପୁରୀ ଗୀତରେ ଡ୍ୟାନ୍ସ କରୁଥିବା ଦେଖାଯାଇଥିଲା । ତେବେ ଦିଦିଙ୍କର ଏହି ପାଠପଢ଼ା ଷ୍ଟାଇଲକୁ ଅନେକ ପସନ୍ଦ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି ।

ଭିଡିଓରେ ଜଣେ ମହିଳା ଶିକ୍ଷକ ଡ୍ୟାନ୍ସ କରୁଥିବା ବେଳେ ପିଲାମାନେ ମଧ୍ୟ ଏହାର ମଜା ଉଠାଉଥିବା ଦେଖାଯାଉଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୮ ହଜାରରୁ ଅଧିକ ଭ୍ୟୁଜ୍ ମିଳିସାରିଥିବା ବେଳେ ଟ୍ୱିଟରରେ ଅନେକ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ଆମକୁ ପିଲା ବେଳେ ଏପରି ଶିକ୍ଷକ କାହିଁକି ମିଳିଲେନି ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି ।

ଭିଡିଓର ବ୍ୟାକଗ୍ରାଉଣ୍ଟରେ ଭୋଜପୁରୀ ଗୀତ ‘ପତଲି କମରିଆ ମୋରୀ’.. ବାଜୁଥିବା ଦେଖାଯାଉଥିଲା । ପିଲାମାନେ ଶିକ୍ଷକଙ୍କ ଡ୍ୟାନ୍ସ ଷ୍ଟେପସକୁ ଫଲେ କରି ହାତ ହଲାଉଥିଲେ । ତେବେ ଦିଦିଙ୍କର ଏହି ପାଠପଢ଼ା ତରିକାକୁ କିଛି ଲୋକ ପସନ୍ଦ କରିଥିବା ଆଉ କିଛି ନିନ୍ଦା କରିଛନ୍ତି । ଏ, ବି, ସି, ଡି ପାଠ ପଢ଼ୁଥିବା ବୟସର ପିଲାଙ୍କ ଉପରେ ଦିଦିଙ୍କ ଏହି ହରକତ କି ପ୍ରଭାବ ପକାଇବ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.