fbpx

୪୦ ହଜାର ନୂଆ କର୍ମଚାରୀଙ୍କୁ ଚାକିରି ଦେବ ଏହି କମ୍ପାନୀ

ଲକ୍-ଡାଉନ୍ ପରେ ସମ୍ଭାବିତ ଆର୍ଥିକ ଅବନତିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀରେ ଚାକିରି ଯିବାକୁ ଆଶଙ୍କା ରହିଛି । ଆର୍ଥିକ କ୍ଷତି ଓ ବ୍ୟବସାୟ ବନ୍ଦ ହେବା ପରେ ଚାକିରି ଚାଲିଯିବା ତ ସାଧାରଣ କଥା ହେବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । ଏପରି ଏକ କମ୍ପାନୀ ଅଛି, ଯାହା ଚଳିତ ବର୍ଷରେ ୪୦,୦୦୦ ନୂଆ କର୍ମଚାରୀଙ୍କୁ ଚାକିରି ଦେବାକୁ ନିଷ୍ପତ୍ତି ନେଇଛି । ଏହା ସହ କମ୍ପାନୀ ନିଜ ପୁରରୁଣା କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ନ ହଟାଇବାର ନିଷ୍ପତ୍ତି ନେଇଛି ।

ତେବେ ଟାଟା କନସଲଟାନ୍ସି ସେବା ବା ଟିସିଏସ୍ କମ୍ପାନୀ ହିଁ ଚଳିତ ବର୍ଷ ୪୦ ହଜାର ନୂଆ କର୍ମଚାରୀଙ୍କୁ ଚାକିରି ଯୋଗାଇବ । କମ୍ପାନୀର ଏଚଆର ମିଲିନ୍ଦ ଲକ୍କଡ କହିଛନ୍ତି ଯେ, ଚଳିତ ବର୍ଷ ୪୦,୦୦ ଫ୍ରେସ୍ ଗ୍ରାଜୁଏଟ୍ସଙ୍କୁ ଭର୍ତ୍ତି କରିବାକୁ ଅଫର୍ ଦେଇସାରିଛୁ । ଏକ୍-ଡାଉନ ପରେ ବି ସେମାନଙ୍କ ଉପରେ କୌଣସି ପ୍ରକାରର ବିପଦ ନାହିଁ । କମ୍ପାନୀ ଆଗାମୀ ସମୟରେ ସମସ୍ତଙ୍କୁ ନିଯୁକ୍ତି ଦେବ।’

Get real time updates directly on you device, subscribe now.