fbpx

କେଉଁଦିନରୁ ୨୦୨୩ ବିଶ୍ୱକପ ପାଇଁ ଭାରତରେ ପ୍ରସ୍ତୁତି ଚାଲିବ କହିଲେ, ରାହୁଲ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ ଟିମର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବିଶ୍ୱକପ ପାଇଁ କେବେଠାରୁ ଭାରତୀୟ ଟିମ ପ୍ରସ୍ତୁତି ହେବ ସେନେଇ ଆଲୋଚନା କରିଛନ୍ତି । ଭାରତର ୱାନଡେ ପ୍ରଦର୍ଶନ ବହୁତ ନିରାଶ ଜନକ ଦେଖାଯାଉଛି । କାରଣ ଲଗାତାର ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଖେଳି ଶୃଙ୍ଖଳାର ସହ ଲଗାତାର ହାରିଛି । ଏଥିରେ କାର୍ଯ୍ୟଭାର ପ୍ରବନ୍ଧନ ପାଇଁ ଅନ୍ୟ ଟିମମାନେ ବାଜି ମାରି ନେଇଛନ୍ତି ।

ଦ୍ରାବିଡ଼ଙ୍କୁ ପଚରାଯାଇଥିଲା ଯେ, ଇଣ୍ଡିଆ ଟିମର ବୋଲିଂ ଏବଂ ବ୍ୟାଟିଂରେ ସମସ୍ୟା ଦେଖାଯାଉଛି , ଏହାର ଉତ୍ତର ଦେଇ ଦ୍ରାବିଡ଼ କହିଥିଲେ, ଭାରତର ସମ୍ପୂର୍ଣ୍ଣ ଟିମ ଖେଳୁ ନଥିଲେ ସେଥିପାଇଁ ଏହି ସମସ୍ୟା ସାମ୍ନାକୁ ଆସିଛି । ମ୍ୟାଚ ପ୍ରେସ କନଫରେସରେ ଦ୍ରାବିଡ଼ କହିଛନ୍ତି, ‘ପ୍ରକୃତରେ ଖେଳିବା ଏତେ ସହଜ ନୁହେଁ । ସେତେବେଳେ ଆମ ପାଖେ ପୁରା ଟିମ ନଥିଲା । ଆମେ ଆଶା କରୁଛୁ ଯେ, ଜାନୁଆରୀ ମାସରେ ପ୍ରସ୍ତୁତି ନେଇ ଏକ ଘରୋଇ ଶୃଙ୍ଖଳା ମ୍ୟାଚ ହେବ ଏବଂ ଏଥିପାଇଁ ଆମକୁ ପୁରା ଟିମ ମିଳିଯାଇପାରେ, କିନ୍ତୁ ଏହା ଖେଳାଳି ମାନଙ୍କ ପରିସ୍ଥିତି ଉପରେ ନିର୍ଭର କରୁଛି । ଆମେ ଆଇପିଏଲ ମ୍ୟାଚ ପୂର୍ବରୁ ନଅଟି ୱାନ ଡେ ମ୍ୟାଚ ଖେଳିବାକୁ ପଡିବ ଏବଂ ଆଶା କରୁଛୁ ଆମକୁ ଏଥର ଏକ ସ୍ଥିର ଟିମ ମିଳିଯିବ ।’

ଦ୍ରାବିଡ଼ଙ୍କ କହିବା ଅନୁସାରେ, ପୂର୍ବ ୨ବର୍ଷରେ ଆମେ ଟି-୨୦କୁ ଅଧିକ ପ୍ରାଥମିକତା ଦେଇଥିଲୁ କାରଣ ଆମକୁ ୨ଟି ବିଶ୍ୱ କପ ଖେଳିବାର ଥିଲା । ଆଗକୁ ଆସୁଥିବା ଆଠ-ଦଶ ମାସରେ ଆମର ପ୍ରଥମିକତା ୱାନଡେ କ୍ରିକେଟ ମ୍ୟାଚ ହେବ । ଫର୍ମାଟରେ ପଡିବା ଏତେ ସହଯ ନୁହେଁ । ଆମ ହ୍ୱାଇଟ ବୋଲିଂର ବିଶେଷଜ୍ଞ ମାନଙ୍କୁ କିଛି ଆରମ ମିଳିବ କାରଣ ଆଗକୁ ଟେଷ୍ଟ ମ୍ୟାଚ ଖେଳାଯିବ ।

ଦେଖିବାକୁ ଗଲେ ଭାରତୀୟ ଟିମରେ ୱାନ ଡେ ସିରିଜରେ ବାହାରି ଯାଇଛନ୍ତି କ୍ୟାପଟେନ ରୋହିତ ଶର୍ମା, ଦୀପନ ଚାହର ଏବଂ କୁଲଦୀପ ସେନ । ରୋହିତ ଶର୍ମା ଟେଷ୍ଟ ସିରିଜରେ ଖେଳିବେ କି ନାହିଁ ତାହା ସନେ୍ଧହଜନକ ଅଟେ । ସେହିପରି ସ୍ପିଡ ବୋଲର ଦୀପକ ଚାହର, ହୈମଷ୍ଟ୍ରିଙ୍ଗ ଏବଂ କୁଲଦୀପ ସେନଙ୍କ ପିଠିର ଆଘାତ ପାଇଁ ତୃତୀୟ ୱାନ ଡେ ରେ ଯୋଗ ଦେଇପାରିବେ ନାହିଁ । ସେଥିପାଇଁ ଜାନୁଆରୀ ମାସରେ ସମ୍ଭାବନା ଅଛି ଯେ, ଭାରତର ପୂର୍ଣ୍ଣ ଶକ୍ତି ସହିତ ଆଠ-ନଅ ମାସ ଅର୍ଥାତ ଅକ୍ଟୋବର ରୁ ନଭେମ୍ବର ମାସରେ ହେବାକୁ ଥିବା ବିଶ୍ୱ କପ ପର୍ଯ୍ୟନ୍ତ ଖେଳିପାରିବେ ।

Get real time updates directly on you device, subscribe now.