fbpx

ଆଇଟି କର୍ମଚାରୀଙ୍କ ପାଇଁ ଖୁସିଖବର, ୨୦୨୩ ପର୍ଯ୍ୟନ୍ତ ଘରୁ କାମ କରିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆଇଟି ସେକ୍ଟର ସହ ଜଡ଼ିତ ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଯେଉଁ କର୍ମଚାରୀମାନେ କରୋନା ସମୟରୁ ଆଇଟି କମ୍ପାନୀ ପାଇଁ ଘରୁ କାମ କରୁଛନ୍ତି, ଏବେ ସେମାନଙ୍କୁ ଆସନ୍ତା ବର୍ଷ ୨୦୨୩ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ମିଳିଯାଇଛି । କେନ୍ଦ୍ର ସରକାର ସ୍ୱତନ୍ତ୍ର ଇକୋନୋମିକ୍ ଜୋନ୍ ଅର୍ଥାତ୍ SEZ ନିୟମରେ ସଂଶୋଧନ କରିଛନ୍ତି । ଯାହା ପରେ ଆଇଟି ୟୁନିଟ୍ ଗୁଡିକର କର୍ମଚାରୀମାନଙ୍କୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଘରୁ କାମ କରିବାକୁ ଅନୁମତି ଦିଆଯାଇଛି । ସରକାର ଏହାର ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ଏକ ୟୁନିଟ୍ ଏହାର କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କିମ୍ବା ସ୍ୱତନ୍ତ୍ର ଇକୋନୋମିକ ଜୋନ୍ ବାହାରେ ଯେକୌଣସି ସ୍ଥାନରୁ କାମ କରିବାକୁ ଅନୁମତି ଦେଇପାରେ । ସ୍ପେଶାଲ ଇକୋନୋମିକ୍ ଜୋନରେ ଥିବା ଆଇଟି/ଆଇଟିଇଏସ ୟୁନିଟ୍ ଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ କିଛି ସର୍ତ୍ତ ସହିତ ୱାର୍କ ଫ୍ରମ୍ ହୋମ୍ କରିବାକୁ ଅନୁମତି ଦେଇଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ, ଦେଶରେ ଏହି ନିଷ୍ପତ୍ତିର ଯୋଗୁଁ ଅସ୍ଥାୟୀ ଭାବେ ଅକ୍ଷମ କିମ୍ବା ଯେଉଁମାନେ ଟ୍ରାଭେଲ କରିପାରୁ ନାହାଁନ୍ତି, ସେମାନେ ଉପକୃତ ହେବେ । ଏହା ସହିତ, SEZ ୟୁନିଟର ମାଲିକମାନଙ୍କୁ ସଂପୃକ୍ତ ଜୋନର ବିକାଶ କମିଶନରଙ୍କୁ ଏ ବିଷୟରେ ଜଣାଇବାକୁ ପଡ଼ିବ ଏବଂ ସେମାନଙ୍କ ଅନୁମୋଦନ ପତ୍ର ଅନୁଯାୟୀ ପରିସରରୁ କାର୍ଯ୍ୟ ଜାରି ରଖିବାକୁ ପଡ଼ିବ । ଭବିଷ୍ୟତରେ ଘରୁ କାମ କରିବାକୁ ଅନୁମତି ମାଗୁଥିବା ୟୁନିଟ୍ ଗୁଡିକ ଡବ୍ଲୁଏଫଏଚ ଆରମ୍ଭ ତାରିଖ କିମ୍ବା ପୂର୍ବରୁ ଇମେଲ ମାଧ୍ୟମରେ ସୂଚିତ କରିପାରନ୍ତି ।

Get real time updates directly on you device, subscribe now.