fbpx

ନୂଆ ଜୋତା ଡବାରେ କାହିଁକି ଥାଏ ଛୋଟ ଧଳା ପୁଡିଆ, ଜାଣନ୍ତୁ କାରଣ

ଘରକୁ ଯେତେବେଳେ କିଛି ନୂଆ ଇଲେକଟ୍ରୋନିକ ଆଇଟମ କିମ୍ବା ବ୍ୟାଗ ଜୋତା କିଣା ହୋଇ ଆସିଥାଏ ସେଥିରେ ଏକ ଧଳା ଛୋଟ ପ୍ୟାକେଟ ଦେଖିବାକୁ ମିଳିଥାଏ । ଏହାକୁ ଦେଖି ଆମେ ଭାବି ଥାଉ ହଁ ଏମିତି କିଛି କାରଣ ପାଇଁ ଏଥିରେ ଅଛି । ହେଲେ ଏହି ପ୍ୟାକେଟ ଏକ ଜରୁରୀ ଉଦ୍ଦେଶ୍ୟ ନେଇ ନୂଆ ଜିନିଷରେ ଦିଆଯାଇଥାଏ । ଆପଣ ଜାଣିଛନ୍ତି କି ଏହା ପଛରେ ଥିବା କାରଣ କଣ?

ଯଦି ଆପଣ କେବେ ଏହି ପ୍ୟକେଟକୁ ହାତରେ ସ୍ପର୍ଶ କରିଥିବେ ଲାଗେ ଏଥିରେ ଯେମିତି ଛୋଟ ଛୋଟ ମାଳି ଅଛି । ତେବେ ତାହା ହେଉଛି ଛୋଟ ଛୋଟ ମୋତି ପରି ସିଲିକା ଜେଲ । ବାୟୁରେ ଥିବା ଓଦାପଣକୁ ଟାଣିବାର କ୍ଷମତା ରଖିଥାଏ ସିଲିକା ଜେଲ । ଏହି କ୍ଷମତା ପାଇଁ ନୂଆ ପ୍ରଡକ୍ଟ ଖୋଳରେ ଏହାକୁ ଦିଆଯାଇଥାଏ । ତେବେ ଏହା ପଛରେ କଣ ରହିଛି କାରଣ?

କହିବାକୁ ଗଲେ ଜୋତା ତିଆରି ଠାରୁ ଆରମ୍ଭ କରି ଷ୍ଟୋରରେ ରଖିବା ଏବଂ ବିକ୍ରି ହେବା ପର୍ଯ୍ୟନ୍ତ ତାହା ଗୋଟେ ଡବା ଭିତରେ ବନ୍ଦ ହୋଇ ରହିଥାଏ । ତେବେ ଏତେ ସମୟ ଧରି ଯଦି ଗୋଟେ ବନ୍ଦ ଡବାରେ ଜିନିଷ ରୁହେ ଏବଂ ବାୟୁରେ ଥିବା ଓଦା କରଣରୁ ଖରାପ ହୋଇଯାଏ । କାରଣ ଓଦାପଣ ପାଇଁ ବ୍ୟାକ୍ଟେରିଆ ଲାଗିଯାଆନ୍ତି । ଫଳରେ ଜିନିଷ ବା ଜୋତାରୁ ଦୁର୍ଗନ୍ଧ ଆସିଥାଏ । ଏପରି ହେବା ଦ୍ୱାରା ପ୍ରଡକ୍ଟ ଖରାପ ହୋଇପାରେ ଯାହାଫଳରେ ଦୋକାନୀଙ୍କୁ ଏହାର କ୍ଷତି ସହିବାକୁ ପଡିବ । ସିଲିକାଜେଲ ଏହି କାରଣ ପାଇଁ ନୂଆ ପ୍ୟାକେଟରେ ଦିଆଯାଏ ।

Get real time updates directly on you device, subscribe now.