fbpx

ସାରା ଦେଶରେ ଲାଗୁ ହେବ OPS! ରଦ୍ଦ ହୋଇଯିବ NPS, କ’ଣ ରହିଛି PFRDAର ଯୋଜନା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ପୁରୁଣା ପେନସନ ବ୍ୟବସ୍ଥା (ଓପିଏସ) ଲାଗୁ ନେଇ ଚର୍ଚ୍ଚା ଜାରି ରହିଛି । ଏଥିସହିତ କେନ୍ଦ୍ର ସରକାର ନୂଆ ପେନସନ ବ୍ୟବସ୍ଥାକୁ ରଦ୍ଦ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି । କିଛି ରାଜ୍ୟରେ ଏବେ ପୁରୁଣା ପେନସନ ଯୋଜନାର ଫାଇଦା କର୍ମଚାରୀଙ୍କୁ ମିଳୁଛି । ଓପିଏସ ଆରମ୍ଭ କରିବା ନେଇ ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ ପରି କିଛି ରାଜ୍ୟମାନେ ପେନସନ ଫଣ୍ଡ ରେଗୁଲେଟୋରୀ ଡେଭଲପମେଣ୍ଟ କର୍ତ୍ତୃପକ୍ଷ (ପିଏଫଆରଡିଏ) କୁ ଅବଗତ କରିସାରିଛନ୍ତି ।

ତେବେ ସାରା ଦେଶରେ ପୁଣି ଥରେ ଓପିଏସ ଲାଗୁ କରିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ ଏ ବାବଦରେ ଲୋକସଭାରେ ସୂଚନା ଦେଇଛନ୍ତି । ଓପିଏସକୁ ପୁନଃ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନଥିବା ସେ କହିଛନ୍ତି । ଏନପିଏସରେ ଅଧିନରେ ରହିଥିବା କର୍ମଚାରୀଙ୍କୁ ଓପିଏସ ଅଧିନକୁ ଆଣିବା ପାଇଁ ଗତ ନଭେମ୍ବର ମାସ ୧୮ ତାରିଖରେ ପଞ୍ଜାବ ସରକାର ଏକ ନୋଟିଫିକେସନ ଜାରି କରିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ ।

ରାଜସ୍ଥାନ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର ଏ ବାବଦରେ ସେମାନଙ୍କର ପ୍ରସ୍ତାବ ପିଏଫଆରଡିଏ ନିକଟକୁ ପଠାଇ ସାରିଥିବା ବେଳେ ପଞ୍ଜାବ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନାହିଁ । ଓପିଏସ ଅନୁଯାୟୀ, ୨୦୦୪ ପୂର୍ବରୁ ଅବସର ନେଇସାରିଥିବା କର୍ମଚାରୀଙ୍କୁ ପେନସନ ଦିଆଯାଉଥିଲା । ଏହି ପେନସନ କର୍ମଚାରୀଙ୍କ ଅନ୍ତିମ ବେତନର ୫୦ ପ୍ରତିଶତ ଭାବେ ଧାର୍ଯ୍ୟ ହେଉଥିଲା । କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପରିବାରକୁ ଏହାର ବେନିଫିଟ୍ ମିଳୁଥିଲା । ମାତ୍ର ୨୦୦୪ ଏପ୍ରିଲ ୧ ତାରିଖରେ ଓପିଏସ ବନ୍ଦ କରିଦିଆଯାଇ ଏନପିଏସ ଲାଗୁ କରାଯାଇଥିଲା ।

Get real time updates directly on you device, subscribe now.