fbpx

ସମୁଦ୍ର ପାଣି ସାଜିବ ସଞ୍ଜିବନୀ! କ୍ୟାନସର, ଆସ୍ଥମା, ଅର୍ଥରାଇଟିସ ପରି ଭଙ୍କର ବିମାରୀର ହେବ ବିନାଶ, ବୈଜ୍ଞାନିକଙ୍କ ନୂଆ ପ୍ରୟାସ

ନୂଆଦିଲ୍ଲୀ: ଭୂପୃଷ୍ଠରେ ଜନ୍ମନେଇଥିବା ବୃକ୍ଷଲତାକୁ ମଣିଷ ମେଡିସିନ ଭାବେ ବ୍ୟବହାର କରି ସାରିଛି । କିଛି ଦେଶ ପଶୁପକ୍ଷୀଙ୍କୁ ନେଇ ମଧ୍ୟ ଔଷଧ ତିଆରି କରିସାରିଛନ୍ତି । ତେବେ ସମୁଦ୍ର ଜଳ ମଧ୍ୟରେ ରହି କିଛି ରୋଗର ଚିକିତ୍ସା ସମ୍ଭବ ହୋଇପାରେ, ତା’ ଉପରେ ଏବେ ରିସର୍ଚ୍ଚ ଚାଲିଛି । ପାଖାପାଖି ୧୦ ବର୍ଷ ପୂର୍ବେ ସମୁଦ୍ର ଜଳକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ମାତ୍ର ନିକଟରେ ଅଣ୍ଡର ୱାଟର ଫାର୍ମାସୀ ଉପରେ ବହୁଳ ଭାବେ ଫୋକସ୍ କରାଯାଉଛି ।

ତେବେ ରିସର୍ଚ୍ଚ ମୁତାବକ, ସମୁଦ୍ର ଜଳରେ କିଛି ଏପରି କିଛି ସ୍ପଞ୍ଜ ରହିଛନ୍ତି, ଯେଉଁମାନଙ୍କ ଠାରେ ଥିବା କେମିକାଲ କ୍ୟାନସର ଚିକିତ୍ସା କରିବାରେ ସହାୟକ ହୋଇପାରେ । ଏଥିସହିତ ଷ୍ଟାରଫିଶ ଠାରୁ ମିଳୁଥିବା ପ୍ରୋଟିନ ଅର୍ଥରାଇଟିସ ଓ ଆସ୍ଥମା ପରି ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ଦେଇପାରେ ।

ଗତ ୧୯୫୫ ମସିହାରେ ୟୁନିଭରସିଟି ଅଫ୍ ପେନସିଲଭେନିଆ ଓ ନେବଲ ରିସର୍ଚ୍ଚ ଅଫିସ ପକ୍ଷରୁ ପ୍ରଥମ ଥର ପାଇଁ ସମୁଦ୍ର ତଳେ ଥିବା ଦୁନିଆରୁ ମେଡିସିନ ଖୋଜିବା ଆରମ୍ଭ କରାଯାଇଥିଲା । ପରେ ଅଣ୍ଡରସୀ ମେଡିକାଲ ସୋସାଇଟି ଗଠନ କରାଯାଇଥିଲା । ତାହା ମାଧ୍ୟମରେ ବିଶେଷଜ୍ଞ ଦଳଙ୍କୁ ସମୁଦ୍ର ତଳକୁ ପଠାଇ ସେଠାରେ କେଉଁ ଜିନିଷ ରହିଛି, ତାହା ବୀମାରୀ କ୍ଷେତ୍ରରେ କିପରି ଲାଭକାରୀ ସାବ୍ୟସ୍ତ ହେବ ତା’ ଉପରେ ଧ୍ୟାନ ଦିଆଯାଇଥିଲା ।

ଏତେବର୍ଷ ମଧ୍ୟରେ ବୈଜ୍ଞାନିକମାନେ ସମୁଦ୍ର ଜୀବ ଓ ବନସ୍ପତିଙ୍କଠାରୁ ଅତିକମରେ ୨୦ ହଜାର ବାୟୋକେମିକାଲ ବାହାରି କରିସାରିଛନ୍ତି । ସେଥିରୁ ଅଧିକାଂଶ ଲ୍ୟାବରେ ଟେଷ୍ଟିଂ ଚାଲିଛି । କିଛି ଫୁଡ ଓ ଡ୍ରଗ ଆଡମିନିଷ୍ଟ୍ରେସନର ଆପ୍ରୁଭାଲ ପ୍ରକ୍ରିୟା ପର୍ଯ୍ୟନ୍ତ ଯାଇଛି । ସମୁଦ୍ର ତଳର ସ୍ପଞ୍ଜ ଠାରୁ କାମୋଥେରାପିର ମେଡିସିନ ସାଇଟେରେବିନ ବାହାରିଛି । ଏଥିସହିତ କ୍ୟାନ୍ସର ରୋଧୀ ମେଡିସିନ ଟ୍ରାବୋକ୍ଟିଡିନକୁ କ୍ୟାରେବିୟନ ସାଗର ତଳୁ ଖୋଜି ବାହାର କରାଯାଇଥିଲା । କିଛି ସଂସ୍ଥା ଗୋଟିଏ ପାଦ ଆଗକୁ ଯାଇ ଆଣ୍ଟିବାୟୋଟିକ୍ସ ଉପରେ ଫୋକସ କରୁଛନ୍ତି ।

Get real time updates directly on you device, subscribe now.