ନୂଆଦିଲ୍ଲୀ: ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପ୍ରକୃତି ତାଣ୍ଡବ ଦେଖାଇଛି । ଶୁକ୍ରବାର ସକାଳେ ରାଜଧାନୀ କୁଆଲାଲମପୁର ଠାରେ ଏକ ଭୟଙ୍କର ଭୂସ୍ଖଳନରେ ପ୍ରାୟ ୫୦ ଜଣ ଦବି ଯାଇଥିବାର ଆଶଙ୍କା କରାଯାଉଛିି । ମିଳିଥିବା ସୂଚନା ଅନୁଯାୟୀ ଏହି ଭୂସ୍ଖଳନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଭୂସ୍ଖଳନକୁ ଦୃଷ୍ଟିରେ ରଖି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ମାଲେସିଆ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ସ୍ଥାନୀୟ ଗଣମାଧ୍ୟମ ପୋଲିସକୁ ଦର୍ଶାଇ କହିଛି ଯେ କୁଆଲାଲମପୁର ଠାରେ ୪୦ କିଲୋମିଟର ଉତ୍ତରରେ ଥିବା ବାଟାଙ୍ଗ କାଳୀରେ ଥିବା କ୍ୟାମ୍ପ ସାଇଟ ନିକଟରେ ଏହି ଭୂସ୍ଖଳନ ଘଟିଛି । ସୂଚନା ଅନୁସାରେ ଯେତେବେଳେ ଏହି ଭୂସ୍ଖଳନ ଘଟିଥିଲା, ସେତେବେଳେ ପ୍ରାୟ ୧୦୦ ଲୋକ ଏଠାରେ ଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଉଦ୍ଧାରକାରୀଦଳ ନିଖୋଜ ଥିବା ପ୍ରାୟ ୫୦ ଜଣ ଲୋକଙ୍କୁ ଖୋଜୁଛନ୍ତି ।