fbpx

Big Breaking: ଛାତ୍ର ବେକରେ ଫସିଲା ଜାଭେଲିନ୍; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍କୁଲରେ ବାର୍ଷିକ ଖେଳ ମହୋତ୍ସବ ଅନୁଷ୍ଠିତ ହେଉଛି । ଯେଉଁଥିରେ ସେହି ସ୍କୁଲର ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଦେଖାଇବା ସହ ଆଗାମୀ ଦିନରେ ଏହାଠାରୁ କିପରି ଅହୁରୀ ଭଲ ଖେଳିପାରିବେ ସେଥିପାଇଁ ମଧ୍ୟ ଧ୍ୟାନ ଦିଅନ୍ତି । ତେବେ ବଲାଙ୍ଗିର ଏକ ହାଇ ସ୍କୁଲରରେ ବାର୍ଷିକ କ୍ରୀଡା ମହେତ୍ସବ ଚାଲିଥିବା ବେଳେ ଏକ ଅଘଟଣ ଘଟିଛିୁ । ଯାହାକି ସାରା ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟି କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ହାଇସ୍କଲରେ ବାର୍ଷିକ କ୍ରୀଡା ମହୋତ୍ସବ ଚାଲୁଥିବା ସମୟରେ ଏକ ଛାତ୍ର ଅନ୍ୟଜଣେ ଛାତ୍ରଙ୍କୁ ଜାଭେଲିନ୍ ଫିଙ୍ଗିଥିଲା । ଫଳରେ ତାହା ଛାତ୍ର ଜଣଙ୍କ ବେକରେ ପଶିଯାଇଛି । ତେବେ ଛାତ୍ରଜଣଙ୍କ ନାମ ସଦାନନ୍ଦ ମେହେର ବୋଲି ଜଣା ପଡିଛି । ଏଥିସହିତ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.