fbpx

ଝାଳର ଦୁର୍ଗନ୍ଧ ପାଇଁ ଦାୟୀ କିଏ ,ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଯଦି ଆପଣଙ୍କ ଝାଳର ଦୁର୍ଗନ୍ଧକୁ ନେଇ ଚିନ୍ତାରେ ରହୁଥାନ୍ତି, ତେବେ ଏହା ପଛରେ ଥିବା କାରଣ ରହିଛି । ପ୍ରାୟ ସମସ୍ତଙ୍କ ଦେହରୁ ଝାଳ ବାହାରିଥାଏ । ଶରୀରର ତାପମାତ୍ରା ବଜାୟ ରଖିବା ପାଇଁ ଝାଳ ବାହାରିଥାଏ । ଯେତେବେଳେ ଶରୀରର ତାପମାତ୍ରା ବଢିଯାଏ, ସେତେବେଳେ ସ୍ୱେଦ ଗ୍ରନ୍ଥି ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିବା ପାଇଁ ସକ୍ରିୟ ହୋଇଉଠେ । ଝାଳ ଆସିବା ପରେ ଶରୀରର ତାପମାତ୍ରା ସାମାନ୍ୟ ହୋଇଥାଏ । କିନ୍ତୁ ଯଦି ଏହି ଝାଳ ଦୁର୍ଗନ୍ଧ ହେଉଥାଏ । ତେବେ ଏହାର କାରଣ ଜାଣିବା ଆବଶ୍ୟକ ।
କିଛି ଲୋକଙ୍କର ଧାରଣା ରହିଛି ଯେ ଝାଳ ଆସିବାର କାରଣ ହେଉଛି ବ୍ୟାକ୍ଟେରିଆ । ଅବଶ୍ୟ ଏହା ସତ । ଏହାବ୍ୟତୀତ ମଧ୍ୟ ଅନେକ କାରଣ ରହିଛି, ଯାହା ଝାଳରୁ ଦୁର୍ଗନ୍ଧ ସୃଷ୍ଟି କରିଥାଏ ।

ଷ୍ଟ୍ରେସ୍ ଯୋଗୁ ଦୁର୍ଗନ୍ଧ: ଝାଳରୁ ଦୁର୍ଗନ୍ଧ ଆସିବାର ପ୍ରମୁଖ କାରଣ ଷ୍ଟ୍ରେସ୍ । ଷ୍ଟ୍ରେସ୍ ଓ ଆଗ୍ଜାଇଟି ହେବା ଦ୍ୱାରା ବ୍ୟକ୍ତିଠାରେ ଅଧିକ ଝାଳ ଆସିଥାଏ । ଆଉ ସେହି ଝାଳରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ । ଏହି ସ୍ଥିତିରେ ଷ୍ଟ୍ରେସ୍ ମ୍ୟାନେଜ୍ କରିବା ଆବଶ୍ୟକ।

ମଧୁମେହ: ଯେଉଁ ଲୋକଙ୍କଠାରେ ମଧୁମେହ ସମସ୍ୟା ଥାଏ, ସେମାନଙ୍କ ପରିସ୍ରା ଓ ଝାଳରୁ ଦୁର୍ଗନ୍ଧ ଆସିବା ସ୍ୱାଭାବିକ । ମଧୁମେହ ହେବା ପରେ ବ୍ୟକ୍ତି ଶରୀରରେ ପର୍ଯ୍ୟାପ୍ତ ମାତ୍ରାର ଇନ୍ସୁଲିନ୍ କ୍ଷରଣ ହୋଇ ନଥାଏ କିମ୍ବା ତାହା ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ହୋଇ ନଥାଏ । ତେଣୁ ଉଚ୍ଚ ରକ୍ତଚାପ ସମସ୍ୟା ହୋଇଥାଏ । ଫଳରେ ଶରୀରରେ କିଛି ପରିବର୍ତ୍ତନ ଆସିବା ସହ ଶରୀରରୁ ଦୁର୍ଗନ୍ଧ ଆସିଥାଏ ।

ଖାଦ୍ୟପାନୀୟରେ ପରିବର୍ତ୍ତନ: ଖାଦ୍ୟପାନୀୟରେ ପରିବର୍ତ୍ତନ ସାରା ଶରୀର ଉପରେ ପ୍ରଭାବ ପକାଇଥାଏ । ହୁଏତ କେବେ କେବେ ଆପଣ ଅଧିକ ମସଲାଦାର ଖାଦ୍ୟ ଖାଇବା ଓ ଅନ୍ୟ କିଛି ଖାଦ୍ୟ ଯୋଗୁ ଝାଳରୁ ଦୁର୍ଗନ୍ଧ ଆସିଥାଏ ।

ଓଭର ଆକ୍ଟିଭ୍ ଥାଇରଏଡ: ଓଭର ଆକ୍ଟିଭ୍ ଥାଇରଏଡ୍ ମଧ୍ୟ ଝାଳର ଦୁଗନ୍ଧ ପାଇଁ ଦାୟୀ ହୋଇଥାଏ । ଯଦି ଆପଣଙ୍କ ଥାଇରଏଡ୍ ଗ୍ଲାଣ୍ଡ୍ ଅଧିକ କାମ କରିଥାଏ, ତେବେ ବ୍ୟକ୍ତିଠାରେ ଅଧିକ ଝାଳ ଆସିବା ସହ ଦୁର୍ଗନ୍ଧ ହୋଇଥାଏ । ତେଣୁ ନିୟମିତ କରିବା ପାଇଁ ସୁସ୍ଥକର ଜୀବନଶୈଳୀ ସହ ଔଷଧ ନେବା ଆବଶ୍ୟକ ହୋଇଥାଏ ।

Get real time updates directly on you device, subscribe now.