fbpx

(VIDEO)କନ୍ନଡର ଏହି ଅଭିନେତାଙ୍କୁ ଚପଲ ମାଡ; ଇଭେଣ୍ଟ ସମୟରେ ଘଟିଲା …

ମୁମ୍ବାଇ: ଆଜିକାଲି ଇଣ୍ଟରନେଟରେ ଅନେକ କଥା ଏବଂ ଭିଡିଓ ଭାଇରାଲ ହେଉଛି । କିଏ ମଜାଳିଆ ଭିଡିଓ କରି ଭାଇରାଲ କରୁଛି ତ ଆଉ଼ କିଏ ଷ୍ଟାରମାନଙ୍କ ସହ ଘଟୁଥିବା ଘଟଣାର ଭିଡିଓ ଭାଇରାଲ କରୁଛନ୍ତି । ତେବେ ବର୍ତ୍ତମାନ ସେହିଭଲି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ କନ୍ନଡ ଅଭିନେତ ଦର୍ଶନ ଏକ ଇଭେଣ୍ଟକୁ ଫିଲ୍ମ ପ୍ରମୋସନ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏକ ଅବାନବୀୟ ଘଟଣା ଘଟିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ କର୍ଣ୍ଣାନଟକର ହୋସପେଟରେ ଅଭିନେତା ଦର୍ଶନ ତାଙ୍କ ଆଗାମୀ ଫିଲ୍ମ କ୍ରାନ୍ତିର ପ୍ରମୋସନ ପାଇଁ ଯାଇଥିବା ବେଳେ ତାଙ୍କ ଉପରକୁ ଚପଲ ମାଡ ହୋଇଛି । ଫଳରେ ଚପଲ ତାଙ୍କ କାନ୍ଧରେ ବାଜିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଦର୍ଶନଙ୍କ ସହ ଏଭଳି ଘଟଣା ଦେଖି ସେଠାରେ ଥିବା ଦର୍ଶକ ଆଶ୍ଚର୍ଯ୍ୟ ହୋଇଯିବା ସହ ନିଜେ ଅଭିନେତା ଦର୍ଶନ ମଧ୍ୟ ଚକିତ ହୋଇଯାଇଥିଲେ । ତେବେ ଚପଲ ମାଜ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି ।

କୁହାଯାଉଛି ଯେ ଦର୍ଶନ ସାକ୍ଷାତକାରରେ ଏକ ବୟାନ ଦେଇଥିଲେ । ଯହାପରେ ଏପରି ହିଂସା ଦେଖିବାକୁ ମିଳିଥିଲା । ଏଥିସହିତ ତାଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଚଚ୍ଚର୍ଜ୍ଞା ଜୋର ଧରିବା ସହ ସେ ଦେଇଥିବା ବୟାନ ବିଭ୍ରାନ୍ତିକର ବୋଲି କୁହାଯାଇଥିଲା ô ଫଳରେ ତାଙ୍କୁ ଏହିଭଳି ଘଟଣାର ସାମ୍ନା କରିବାକୁ ପଡିଛି ।

 

Get real time updates directly on you device, subscribe now.