fbpx

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣା; ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଛନ୍ତି । ତେବେ ସେ ଆତ୍ମହତ୍ୟା ନକରି ତାଙ୍କର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଏକ ସଙ୍ଗୀନ ଅଭିଯୋଗ ଗୋବିନ୍ଦଙ୍କ ସ୍ତ୍ରୀ ଆଣିଛନ୍ତି । ଗୋବିନ୍ଦଙ୍କ ସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ‘ ସେ ବହୁତ ଷ୍ଟ୍ରଙ୍ଗ ଲୋକ, କେବେ ବି ଆତ୍ମହତ୍ୟା କରିବେନି’ । ତାଙ୍କୁ ପ୍ଲାନ କରି ହତ୍ୟା କରାଯାଇଥିବା ଗୋବିନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଗୋବିନ୍ଦଙ୍କୁ ଯିଏ ରଖିଥିଲେ ସେ ତାଙ୍କୁ ସୁରକ୍ଷିତ ରଖିବା କଥା ବୋଲି ଗୋବିନ୍ଦଙ୍କ ସ୍ତ୍ରୀ କହିଛନ୍ତି । ଗତକାଲି ରାତି ୧୧ ଟା ସମୟରେ ଗୋବିନ୍ଦ ଘରକୁ ଫୋନ କରିଥିଲେ । ଫୋନ କରି ଭଳଭନ୍ଦ କଥା ମଧ୍ୟ ବୁଝିଥିଲେ । ଏନେଇ କେଗାଁ ଥାନାରେ ପତ୍ନୀ ଏତଲା ଦେଇଥିବା ଜଣା ପଡ଼ିଛି ।

ତେବେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ହେବ । ଅନ୍ୟପଟେ ବିରୋଧୀମାନେ ଏହାର ସିବିଆଇ ତଦନ୍ତ ଦାବି କରୁଥିଲେ ।

Get real time updates directly on you device, subscribe now.