fbpx

ଘରର ଟ୍ୟାପରୁ ପାଣି ଟପ୍ ଟପ୍ ହୋଇ ପଡ଼ିବା ଅଶୁଭ: ଧନ-ସମ୍ପତ୍ତି ଉପରେ ପଡ଼ିଥାଏ ପ୍ରଭାବ

ରୋଷେଇ ଘର, ବାଥରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପରୁ ଯଦି ପାଣି ସବୁବେଳେ ଟପ୍ ଟପ୍ ହୋଇ ପଡେ, ତେବେ ବାସ୍ତୁ ହିସାବରେ ଏହା ଅଶୁଭ ବୋଲି ବିବେଚନା କରାଯାଏ । ଘରେ ସିଙ୍କ କିମ୍ବା ବାଥରୁମ ଟ୍ୟାପ ଏବଂ ଟାଙ୍କିକୁ ବନ୍ଦ କରିବା ପରେ ମଧ୍ୟ ବୁନ୍ଦା ବୁନ୍ଦା ହୋଇ ପାଣି ପଡ଼ିବା ଦ୍ୱାରା ନକାରାତ୍ମକ ଶକ୍ତି ଜାତ ହୋଇଥାଏ । ଏଭଳି ପରିସ୍ଥିତିରେ ଜଳ ନଷ୍ଟ କରିବା କିମ୍ବା ପ୍ରବାହିତ କରିବା ଭଲ ନୁହେଁ । ବାସ୍ତୁ ଅନୁଯାୟୀ, ଯେଉଁ ଘରେ ଟ୍ୟାପରୁ ପାଣି ଟପ୍ ଟପ୍ ହୋଇ ସବୁବେଳେ ପଡ଼ିଥାଏ, ସେଠାର ଅଯଥା ଖର୍ଚ୍ଚ ଅଧିକ ହୋଇଥାଏ ।

ବାସ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଆପଣଙ୍କ ଘରେ କୌଣସି ସ୍ଥାନରେ ଟ୍ୟାପରୁ ସବୁବେଳେଟପ୍ ଟପ୍ ହୋଇ ପାଣି ବାହାରୁଛି, ତେବେ ଏହା ଅଯଥା ଖର୍ଚ୍ଚ ବୋଲି ଜାଣିରଖନ୍ତୁ । ଏଥିରେ ଯଦି ରୋଷେଇ ଘରର ନଳ ରହିଛି, ତେବେ ଏହା ଅଶୁଭ ବୋଲି କୁହାଯାଏ । କୁହାଯାଏ କି, ରୋଷେଇ ଘରେ ଅଗ୍ନିର ବାସ ହୋଇଥାଏ । ଏପରି ପରିସ୍ଥିତିରେ ପାଣିର ବୁନ୍ଦା ପଡ଼ିବା ଅର୍ଥାତ୍ ଅଗ୍ନି ଓ ପାଣି ଏକାଠି ହେବ । ବାସ୍ତୁ ଅନୁସାରେ, ଏହି ୨ଟିର ମିଶ୍ରଣ ଯୋଗୁଁ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ।

କୁହାଯାଏ ଯେ ରୋଷେଇ ଘରର ଟ୍ୟାପରୁ ପାଣି ବିନ୍ଦା ବୁନ୍ଦା ବୁନ୍ଦା ହୋଇ ପଡ଼ିବ ଦ୍ୱାରା ଘରେ ଅନେକ ପ୍ରକାରର କ୍ଷତି ହୋଇଥାଏ । ଏହି କାରଣରୁ ପରିବାର ସଦସ୍ୟଙ୍କୁ ଅନେକ ପ୍ରକାରର କ୍ଷତିର ସମ୍ମୁଖୀନ ହେବାକୁ ପଡିବ । ଉଦାହରଣ ସ୍ୱରୂପ, ପରିବାରର ଜଣେ ସଦସ୍ୟ ବାରମ୍ବାର ଅସୁସ୍ଥ ହୋଇପଡନ୍ତି । ବ୍ୟବସାୟରେ ଭାରି କ୍ଷତି ଏବଂ ଘରେ ଅନେକ ପ୍ରକାରର ସମସ୍ୟା ଆସିଥାଏ ।

ବରୁଣ ଦେବ ରାଗି ପାରନ୍ତି:-
କୁହାଯାଏ ଯେ, ଯଦି ବିନା କାରଣରେ ଘରେ ପାଣି ପ୍ରବାହିତ ହୁଏ, ତେବେ ଘରେ ଦୋଷ ଉତ୍ପନ୍ନ ହୁଏ ଓ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ । ଏପରି ପରିସ୍ଥିତିରେ, ଯଦି ତୁମର ଟ୍ୟାପରୁ ପାଣି ପଡୁଛି, ତେବେ ଯଥାଶୀଘ୍ର ତାହାକୁ ଠିକ୍ କର ।

Get real time updates directly on you device, subscribe now.