fbpx

ଜନସମର୍ଥନ ଦେଖି ଡରୁଛନ୍ତି ସରକାର,ସେଥିପାଇଁ ଯାତ୍ରା ରୋକିବାକୁ ବାହାନା କରୁଛନ୍ତି:ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି ଯେ ‘ଭାରତ ଯୋଡୋ ଯାତ୍ରା’କୁ ରୋକିବା ପାଇଁ ସରକାର ବାହାନା ଖୋଜୁଛନ୍ତି। ଚୀନ୍ ସମେତ କେତେକ ଦେଶରେ କରୋନା ଜୀବାଣୁ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ତାଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି କୋଭିଡ ନିୟମ ପାଳନ ନହୁଏ ତେବେ ସେ ଭାରତ ଯୋଡୋ ଯାତ୍ରା କୁ ନିଲମ୍ବନ କରିବାକୁ ବିଚାର କରିବେ।

ସେପ୍ଟେମ୍ବର ୭ ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଦେଇ ଯାଇଛି। ହରିୟାଣାର ନୁହ ଜିଲ୍ଲାର ଘାସେଡା ଗ୍ରାମରେ ଏକ ସମାବେଶକୁ ସମ୍ବୋଧିତ କରି ଗାନ୍ଧୀ କହିଛନ୍ତି, ‘ଏହି ଯାତ୍ରା କାଶ୍ମୀରକୁ ଯିବ। ବର୍ତ୍ତମାନ ସେମାନେ ଏକ ନୂତନ ପଦ୍ଧତି ଆପଣେଇଛନ୍ତି । ସେ ମୋତେ ଏକ ଚିଠି ଲେଖିଛନ୍ତି ଯେ ଭାରତ ଯୋଡୋ ଯାତ୍ରା କୋଭିଡ ବିସ୍ତାର କରୁଛି, ଯାତ୍ରା ବନ୍ଦ କର।

ଏହାପରେ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ଯାତ୍ରା’ ରାଜସ୍ଥାନ ପର୍ଯ୍ୟାୟ ପରେ ବୁଧବାର ଦିନ ନେହ ରୁ ହରିୟାଣାରେ ପ୍ରବେଶ କରିଥିଲା। ସେ କହିଛନ୍ତି, ‘ବର୍ତ୍ତମାନ ସେମାନେ ଯାତ୍ରା ବନ୍ଦ କରିବାକୁ ବାହାନା କରୁଛନ୍ତି। ମାସ୍କ ପିନ୍ଧନ୍ତୁ, ଯାତ୍ରା ବନ୍ଦ କରନ୍ତୁ, କୋଭିଡ଼ ବିସ୍ତାର ହେଉଛି , ଏସବୁ କେବଳ ବାହାନା। କେନ୍ଦ୍ର ତଥା ହରିୟାଣାରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) କୁ ଟାର୍ଗେଟ କରି ଗାନ୍ଧୀ କହିଛନ୍ତି ଯେ ସେ ସରକାର ସତ୍ୟକୁ ଭୟ କରୁଛନ୍ତି। ସେ କହିଛନ୍ତି, ‘ଏହି ଲୋକମାନେ ଭାରତର ଶକ୍ତି, ଭାରତର ସତ୍ୟକୁ ଭୟ କରୁଛନ୍ତି, ଏହା ହେଉଛି ସତ୍ୟ।’ ସେମାନେ ଲୋକ ସମର୍ଥନ ଦେଖି ଡରି ଯାଉଛନ୍ତି ଯାହା ପାଇଁ ସେ ଏହି ଯାତ୍ରା ସ୍ଥଗିତ କରିବାକୁ ବାରମ୍ବାର ଏଭଳି ବାହାନା କରୁଛନ୍ତି ।

Get real time updates directly on you device, subscribe now.