fbpx

ଆଜିଠୁ ନାକରେ ଟିକା: କରୋନା ମୁକାବିଲା ପାଇଁ ଦେଶର ଡାକ୍ତରଖାନାରେ ହେବ ମକ୍ ଡ୍ରିଲ୍‌

ନୂଆଦିଲ୍ଲୀ: ନାକରେ ଦିଆଯାଉଥିବା କରୋନା ଟିକାକୁ କେନ୍ଦ୍ର ସରକାର ଅନୁମତି ଦେଇ ସାରିଛନ୍ତି । ଆଜିଠାରୁ ଏହାକୁ ଟିକାକରଣରେ ସାମିଲ ମଧ୍ୟ କରାଯିବ । ଘରୋଇ ମେଡିକାଲ ମାନଙ୍କରେ ଆଜିଠାରୁ ଏହା ଉପଲବ୍ଧ ହେବ । ସୂଚନା ଅନୁସାରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ନେଇଥିବା ଲୋକେ ଏହାକୁ ନେଇ ପାରିବେ । ଏହା ସହିତ ମଙ୍ଗଳବାର ଦେଶର ସମସ୍ତ ମେଡିକାଲରେ ମକ୍ ଡ୍ରୀଲ୍ କରାଯିବ । ଏହି ସମୟରେ ଦିଲ୍ଲୀର ଏକ ମେଡିକାଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିବେ ।

ତେବେ ସମଗ୍ର ବିଶ୍ୱ ତଥା ଦେଶରେ ପୁଣି କରୋନା ବଢୁଥିବା ବେଳେ ବିଭିନ୍ନ ଦେଶ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହାରି ମଧ୍ୟରେ କରୋନାକୁ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ମହାମାରୀକୁ ନେଇ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏହି ବୈଠକ ଆଜି ଅପରାହ୍ନ ୩ଟା ସମୟରେ ବସିବା ସହ ଏଥିରେ ସ୍ୱାସ୍ଥ୍ୟ ବିଭାଗ ସହ ଆର. ଏମ.ଆର. ସି , ଆଇ.ଏଲ.ଏସ ଏବଂ ବିଭିନ୍ନ ମେଡିକାଲ କତ୍ତୃପକ୍ଷ ସାମିଲ ହେବେ । ଆଶା କରାଯାଉଛି ଯେ, ଏହି ବୈଠକ ପରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ଗାଇଡଲାଇନ୍ ଆସିପାରେ ।

ସେହିପରି ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ସମୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶାନାମା ଜାରି କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ନୂଆ ପ୍ରଜାତି ଦ୍ୱାରା ସଂକ୍ରମଣକୁ ରୋକିବା ଲାଗି ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାନାମା ଜାରି କରାଯାଇଛି ।

Get real time updates directly on you device, subscribe now.