fbpx

IOCL ପକ୍ଷରୁ ବାହାରିଲା ୧୭୬୦ ପଦବୀ: ୩ ଜାନୁଆରୀ ପର୍ଯ୍ୟନ୍ତ କରିପାରିବେ ଆବେଦନ, ଜାଣନ୍ତୁ କେଉଁ ସ୍ଥାନରେ ମିଳିବ ନିଯୁକ୍ତି ?

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌(IOCL) ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ । ୧୨ଶ ପାସ୍‌ କରିଥିଲେ ଆପଣଙ୍କୁ ତୁରନ୍ତ ମିଳିବ ଚାକିରି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଖାଲିପଡିଛି ପଦବୀ । ଏହି ପଦବୀରେ ୧୨ଶ ପାସ୍‌ରୁ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ IOCL ଅଫିସିଆଲ ୱେବସାଇଟକୁ ଯାଇ iocl.com କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୭୬୦

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ଥିବା ପ୍ରାର୍ଥୀ ୧୨ଶ କିମ୍ବା ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ।

ଚୟନ ପ୍ରକ୍ରିୟା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ। ପ୍ରାର୍ଥୀଙ୍କୁ ପରଫରମାନ୍ସ ଆଧାରରେ ଚୟନ କରାଯିବ ।

କେଉଁ ସ୍ଥାନରେ ମିଳିବ ଚାକିରି : ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ପଡୁଚେରୀ, କେରଳ, ମହାରାଷ୍ଟ୍ର, ଗୁଜରାଟ, ଗୋଆ, ମଧ୍ୟପ୍ରଦେଶ, ଛତିଶଗଡ, ଦାଦର ଏବଂ ନଗର ହାବେଳୀ, ଡାମନ ଡିୟୁ, ପଶ୍ଚିମବଙ୍ଗ, ବିହାର, ଓଡିଶା, ଝାରଖଣ୍ଡ, ଆସାମ, ସିକ୍କିମ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ, ହିମାଚଳ ପ୍ରଦେଶ, ଲଦାଖ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ପୋଷ୍ଟିଂ ମିଳିବ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.iocl.com ଯାଆନ୍ତୁ ।

ଏହାପରେ ରିଫାଇନାରୀ ଡିଭିଜନ ଅଧିନରେ ଅପାରଣ୍ଟିସରେ କ୍ଲିକ କରନ୍ତୁ ।

ଏହା ପରେ ସଂପୂର୍ଣ୍ଣ ବିବରଣୀ ଉପରେ କ୍ଲିକ୍‌ କରନ୍ତୁ।

ଅନଲାଇନ ଆବେଦନ କରିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ ।

ଏହା ପରେ ଆବେଦନ ଶୁଳ୍କ ଭରନ୍ତୁ।

ସବୁକିଛି ରିବା ପରେ ଫର୍ମକୁ ସବମିଟ୍‌ କରି ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

Get real time updates directly on you device, subscribe now.