fbpx

ଦୂରରେ ରହୁଛନ୍ତି କି ପ୍ରେମୀ ? ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ୍ ଆପଣାନ୍ତୁ ଏହି ଉପାୟ, କେହିବି ଭାଙ୍ଗିପାରିବେନି ସମ୍ପର୍କ

ଅନେକ ପ୍ରେମୀ ଯୁଗଳ ଏବେବି ଲଙ୍ଗ ଡିଷ୍ଟାନ୍ସ ରିଲେସନସିପରେ ରହିଛନ୍ତି । ଚାକିରି ହେଉ ବା ଘରର ଦୂରତା ପାଇଁ ସେମାନଙ୍କୁ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପରେ ରହିବାକୁ ପଡିଛି । ସମସ୍ତେ ଚାହାଁନ୍ତି ନିଜର ବୈବାହିକ ଜୀବନ ଖୁବ୍ ସୁନ୍ଦର ହେଉ କିମ୍ୱା ପ୍ରେମ ସମ୍ପର୍କରେ ଥିବା ଯେକୌଣସି ବ୍ୟକ୍ତି ଠିକ୍ ଭାବେ ଜୀବନ ବିତାଇବା ପାଇଁ ଇଚ୍ଛା ରଖନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ କିଛି ଦମ୍ପତିଙ୍କ ଜୀବନ ଠିକ୍ ଭାବେ ଚାଲିନଥାଏ। କାରଣ ବୁଝାମଣା ମଧ୍ୟ ଭୁଲ୍ ହୋଇଥାଏ। ହେଲେ ସେ ଯେକୌଣସି ସମ୍ପର୍କ ହେଉ ନା କାହିଁକି ସବୁ ସମ୍ପର୍କରେ ବିଶ୍ଵାସ ସହିତ ସଠିକ୍ ବୁଝାମଣା ନିହାତି ରହିବା ଦରକାର୍। ଭଲ ସମ୍ପର୍କ ପାଇଁ କିଛି ଜିନିଷ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ପୁଣି ଦୂର ସମ୍ପର୍କକୁ ସୁଦୃଢ ରଖିବା ପାଇଁ ମଧ୍ୟ ସେତିକି ମାତ୍ରାରେ ନିଜ ଆଡୁ ପ୍ରୟାସ ମଧ୍ୟ କରିବା ପାଇଁ ପଡେ। ତେବେ ଆଜି ଆପଣ ଜାଣିବା ଦରକାର୍ ନିଜର ଦୂର ସମ୍ପର୍କ ବା ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ୍ ପାଇଁ ଆପଣଙ୍କୁ ମଧ୍ୟ ସେତିକି ମାତ୍ରାରେ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଡର କମାନ୍ତୁ:
ନିଜ ସାଥିଙ୍କ ମନରେ ଯଦି କୌଣସି ଭୟ ରହିଛି ତାଙ୍କ ସହ କଥା ହୋଇ ସେହି ଡର କମାଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ। କାରଣ ହୁଏତ ତାଙ୍କର ସେହି ଡର ଆପଣ ଦୁହିଁଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇ ପାରେ।

କମ୍ୟୁନିକେସନ:

ଯଦି ନିଜ ମନରେ କୌଣସି ଦ୍ଵିବିଧା ରହିଛି ତେବେ ନିଜ ଜୀବନ ସାଥିଙ୍କ ସହିତ କଥା ହୁଅନ୍ତୁ। କମ୍ୟୁନିକେସନ ହେଉଛି ସବୁ ସମ୍ପର୍କର ମୂଳ ଚାବି। ତେବେ ଦୂରରେ ଥିବା ସାଥିଙ୍କ ସହ କେବେ କଥା ହେବା ବନ୍ଦ କରନ୍ତୁ ନାହିଁ। କିଛି କ୍ଷଣ ପାଇଁ ହେଉନା କାହିଁକି କଥା ହେବା ନିହାତି ଜରୁରୀ।

ଭରଚୁଆଲ୍ ଡେଟ୍ ନାଇଟ୍:
ଯେହେତୁ ନିଜର ସେଥି ଦୂରରେ ରୁହନ୍ତି ତାଙ୍କ କଥା ଭାବିବା ଏକ ନର୍ମାଲ କଥା। କିନ୍ତୁ ଆପଣ ଭରଚୁଆଲ୍ ଡେଟ୍ ନାଇଟ୍ ମଧ୍ୟ କରି ପାରିବେ। ନିଜେ ମିଶି ଏକା ସାଙ୍ଗରେ ଫିଲ୍ମ ଦେଖି ପାରିବେ। ଏହା ସହିତ ଡିନର ବା ରାତ୍ରି ଭୋଜନ ମଧ୍ୟ କରିପାରିବେ।

ହାଭ୍ ଏ ଗୋଲ୍ ଇନ୍ ମାଇଣ୍ଡ:
ଆପଣ ନିଜ ସମ୍ପର୍କକୁ ନେଇ କିଛି ଲକ୍ଷ ମଧ୍ୟ ରଖିବାକୁ ପଡ଼ିବ। ଯେହେତୁ ନିଜ ସାଥୀ ଦୂରରେ ରହୁଛନ୍ତି ତାଙ୍କ ସହ ନିଜ ସମ୍ପର୍କ ବିଷୟରେ କଥା ହେବା ମଧ୍ୟ ନିହାତି ଦରକାର।

ସରପ୍ରାଇଜ୍ ଭିଜିଟ:

ନିଜ ଠାରୁ ଅନେକ ଦୂରରେ ଥିବା ନିଜ ସାଥିଙ୍କୁ ସରପ୍ରାଇଜ ଦେବା ମଧ୍ୟ ନିହାତି ଦରକାର। ଆପଣଙ୍କ ସରପ୍ରାଇଜ ଭିଜିଟ ଆପଣଙ୍କ ସାଥିଙ୍କୁ ଖୁବ୍ ଖୁସି କରିଦେବ। ତେବେ ଯଦି ଆପଣ ଦୂରରେ ରହୁଛନ୍ତି ଓ ନିଜ ସାଥିଙ୍କୁ ଦେଖା କରିବା ପାଇଁ ଇଚ୍ଛା କରୁଛନ୍ତି ତେବେ ହଠାତ୍ ପ୍ଲାନ କରନ୍ତୁ ଓ ସାଥିଙ୍କ ନିକଟକୁ ଯାଆନ୍ତୁ।

ସଚ୍ଚୋଟ ରୁହନ୍ତୁ:

ଦୂରରେ ରହିଥିବା ନିଜ ସାଥିଙ୍କ ସୁଖ ଓ ନିଜ ସଂପର୍କକୁ ସୁଦୃଢ ରଖିବା ପାଇଁ ପରସ୍ପର ମଧ୍ୟରେ ସଚ୍ଚୋଟତା ରହିବା ନିହାତି ଆବଶ୍ୟକ। ତେଣୁ ନିଜ ସାଥିଙ୍କୁ ସବୁ ବେଳେ ସତ କଥା କୁହନ୍ତୁ। ପୁଣି ସମ୍ପର୍କ ମଜବୁତ୍ ରଖିବା ପାଇଁ ପରସ୍ପରକୁ ସମ୍ମାନ ଦେବା ମଧ୍ୟ ଉଚିତ୍। ସମ୍ମାନ ଓ ବିଶ୍ଵାସ ଏହି ଦୁଇଟି ଜିନିଷ ଭଲ ସଂପର୍କର ମୂଳ ମନ୍ତ୍ର। ଯେପର୍ଯ୍ୟନ୍ତ ପରସ୍ପରକୁ ଭଲ ପାଇବା ସହିତ ସମ୍ମାନ ଦିଅନ୍ତି ସେପର୍ଯ୍ୟନ୍ତ ତାଙ୍କ ସମ୍ପର୍କ ଭଲ ହୋଇଥାଏ। ତେଣୁ ଦୂରରେ ଥିବା ନିଜ ସାଥିଙ୍କୁ ସବୁ ବେଳେ ସମ୍ମାନ କରନ୍ତୁ ଓ ସତ କୁହନ୍ତୁ। ପରସ୍ପରର ଭାବନାକୁ ସମ୍ମାନ ଦେବା ସହିତ ବୁଝିବା ଉଚିତ୍। ଏପରି କରିବା ଦ୍ବାରା ଦୂର ସମ୍ପର୍କ ଓ ଜୀବନ ସୁଖମୟ ହୋଇଥାଏ।

ଗିଫ୍ଟ ଦିଅନ୍ତୁ:

ଯଦି ଆପଣ ଦୂରରେ ରହୁଛନ୍ତି ତେବେ ନିଜ ସାଥିଙ୍କୁ କେବେ ଗିଫ୍ଟ ଦେବା ପାଇଁ ଭୁଲନ୍ତୁ ନାହିଁ। କାରଣ ଏହି ଗିଫ୍ଟ ମଧ୍ୟ ନିଜ ଆପଣଙ୍କ ସମ୍ପର୍କକୁ ଦୃଢ଼ କରିଥାଏ। ତେଣୁ ମଝିରେ ମଝିରେ ଆପଣଙ୍କ ସେଥି ପସନ୍ଦ କରୁଥିବା ଜିନିଷ ତାଙ୍କୁ ଗିଫ୍ଟ କରନ୍ତୁ।

Get real time updates directly on you device, subscribe now.