fbpx

ଚାଷୀମାନଙ୍କ ପାଇଁ ମୋଦୀଙ୍କ ବଡ଼ ଉପହାର: ଏହି ନମ୍ବରରେ ମିସ୍ କଲ୍ କରିବା ମାତ୍ରେ ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ମଧ୍ୟ ଜଣେ ଚାଷୀ, ତେବେ ଦେଶର ସରକାରୀ ବ୍ୟାଙ୍କ ପିଏନବି ଆପଣଙ୍କ ପାଇଁ ଏକ ବଡ ଉପହାର ଆଣିଛି । ଏଣିକି ଯଦି ଆପଣଙ୍କୁ ଟଙ୍କା ଦରକାର, ତେବେ ଆପଣଙ୍କୁ କେବଳ ଏକ ମିସ୍ କଲ୍ କରିବାକୁ ପଡ଼ିବ । ଚାଷୀଙ୍କ ଆୟ ବଢ଼ାଇବାକୁ ସରକାର ଅନେକ ଯୋଜନା କରୁଛନ୍ତି, ଯାହା ଅଧୀନରେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଉଛି । କେଉଁ ନମ୍ବରରେ ଆପଣଙ୍କୁ ଏକ ମିସ୍ କଲ୍ କରିବାକୁ ପଡିବ, ଆସନ୍ତୁ ଜାଣିବା…

ପିଏନବି ଟ୍ୱିଟ୍ :-
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଅଫିସିଆଲ ଟ୍ୱିଟରରେ କହିଛି ଯେ, ଯଦି ଚାଷୀଙ୍କୁ ଟଙ୍କା ଦରକାର ହୁଏ, ତେବେ ସେମାନଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ । ଚାଷୀମାନଙ୍କୁ କେବଳ ଏକ ମିସ୍ କଲ କରିବାକୁ ପଡିବ ଏବଂ ଏହା ପରେ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିବ ।

କିପରି ଆବେଦନ କରିବେ?
ପିଏନବି ପକ୍ଷରୁ ଚାଷୀଙ୍କୁ କୃଷି ଲୋନ୍ ଦିଆଯାଉଛି, ଯାହା ଅଧିନରେ ଚାଷୀଙ୍କ ଆୟ ବଢ଼ିବା ସହ ସେମାନଙ୍କ ଜୀବନ ମଧ୍ୟ ଉନ୍ନତ ହେବ । ଏହି ଲୋନ୍ ପାଇଁ ମେସେଜ୍, ମିସ୍ କଲ ଦେଇ ବା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।
ଏହି ସମସ୍ତ ନମ୍ବର ଆପଣଙ୍କ ଫୋନରେ ସେଭ୍ କରନ୍ତୁ :-
-କୃଷି ଲୋନ୍ ପାଇଁ ଆପଣଙ୍କୁ ୫୬୦୭୦ କୁ ଏସଏମଏସ କରିବାକୁ ପଡିବ ଏବଂ ଏଥିରେ LOAN ଲେଖିବାକୁ ପଡିବ ।
-ଏହା ବ୍ୟତୀତ ଆପଣ ୧୮୦୦୧୮୦୫୫୫୫ ରେ ମିସ୍ କଲ୍ ଦେଇପାରିବେ ।
-ଆପଣ ୧୮୦୦୧୮୦୨୨୨୨ ରେ କଲ୍ ସେଣ୍ଟର ସହିତ ଯୋଗାଯୋଗ କରିପାରିବେ ।
-ଏହା ବ୍ୟତୀତ ଆପଣ ପିଏନବି ୱାନ୍ ଆପ୍ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ।
-ଆପଣ ନେଟ୍ ବ୍ୟାଙ୍କିଙ୍ଗ୍ ୱେବସାଇଟ୍ netpnb.com ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ।

ବିନା ସର୍ତ୍ତରେ ଲୋନ୍ :-
ପିଏନବି ପକ୍ଷରୁ ଦେଶର ଚାଷୀମାନଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଏ । ଏଥିରେ ଆପଣ ବିନା ସର୍ତ୍ତରେ ଅତି ସହଜରେ ଲୋନ୍ ପାଇବେ । ଆପଣ ଏଥିପାଇଁ ସହଜରେ ଆବେଦନ କରିପାରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ କେନ୍ଦ୍ର ସରକାର କୃଷକମାନଙ୍କୁ ୨୦୦୦ ଟଙ୍କାର ତିନି କିସ୍ତି ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.