fbpx

ଡାକ୍ତରଖାନାରେ ଭର୍ତ୍ତି ହେଲେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ :କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ବୁଧବାର ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଆଡମିଶନ କରାଯାଇଥିବା କୁହାଯାଉଛି। ଏହି ସମୟରେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ତାଙ୍କ ସହ ଯାଇଥିଲେ। ତାଙ୍କ କହିବାନୁସାରେ, ସୋନିଆ ଗାନ୍ଧୀ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଯେଉଁ କାରଣରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାମୁତାବକ ବିଗତ ଦିନରେ ସୋନିଆଙ୍କୁ ବହୁ ଥର କରୋନା ପଜିଟିଭ ହେଇଥିଲା । ଜୁନରେ ସେ ପ୍ରଥମେ କୋଭିଡ ପାଇଁ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଆଉ ଦୁଇଥର ପଜିଟିଭ ହୋଇଛନ୍ତି । ମୌସୁମୀ ଅଧିବେଶନ ଚାଲୁଥିବା ସମୟରେ ମଧ୍ୟ ସେ କୋଭିଡ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବା ବରେ ତାଙ୍କୁ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ତେବେ ଅଗଷ୍ଟ ମାସରେ ସେ ପୁଣି ଥରେ କୋଭିଡ ରେ ଆକ୍ରାନ୍ତ ହୋଇଛନ୍ତି ସୋନିଆ । ଏହାପରେ ସେ ସମ୍ପୂର୍ଣ ସୁସ୍ଥ ମଧ୍ୟ ହେଇଥିଲେ କିନ୍ତୁ ଆଜି ତାଙ୍କୁ ନିସ୍ୱାଶ ନେବାରେ ଅସୁବିଧା ହେବାରୁ ସେ ମେଡ଼ିକାଲ ରେ ଭର୍ତ୍ତି ହେଇଥିଲେ ।

Get real time updates directly on you device, subscribe now.