fbpx

ଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଲେ ଶୁଭାରମ୍ଭ

ଭୁବନେଶ୍ୱର: ଓଡିଶାରେ ଆରମ୍ଭ ହେଲା ୫ଜି ସେବା । ରାଜଧାନୀ ଭୁବନେଶ୍ୱରରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏହି ସେବା ଶୁଭାରମ୍ଭ କରିଛନ୍ତି । ଟ୍ୱିନ୍ ସିଟି ସହ କିଛି ସହରରେ ୫ଜି ସେବା ଆରମ୍ଭ କରାଯାଇଛି । ଏବେ ୪ଜି ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍‌ରେ ଚାଲିବ ଇଣ୍ଟରନେଟ୍ । ସମ୍ପ୍ରତି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ୫-ଜି ସେବା ଯୋଗାଇଦେବେ। ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଏହି ସେବା ଉପଲବ୍ଧ ହେଉଥିବାବେଳେ ଏବେ ଓଡ଼ିଶାରେ ମଧ୍ୟ ଗ୍ରାହକ ମାନେ ଏହି ସେବା ପାଇବେ। ଏହା ସହିତ ଓଡ଼ିଶାରେ ୧୦୦ରୁ ଉର୍ଦ୍ଧ ୪ଜି ଟେଲିକମ୍ ଟାୱାରର ମଧ୍ୟ ଉଦଘାଟନ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଭୁବନେଶ୍ବର ଆଇଟିଇଆର କ୍ୟାମ୍ପସ -୨ରେ ବିଧିବଦ୍ଧ ଭାବେ ୫ଜି ସେବାର ଲୋକାର୍ପଣ କରାଯାଇଛି । ଏଥିସହ ରାଜ୍ୟର ଉପାନ୍ତ ଅଞ୍ଚଳଳରେ BSNLର ଶହେଟି ୪ଜି ଟାୱାର ଲୋକାର୍ପଣ କରାଯାଇଛି । ଏସବୁ ଟାୱାର ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହୋଇପାରିଥିବା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଡ଼ିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଏହା ବଡ଼ ସୁଯୋଗ ଆଣି ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ଓଡିଶାରେ ରିଲାୟନ୍ସ ଜିଓ ଏବଂ ଏୟାରଟେଲ ପ୍ରାଥମିକ ଭାବେ ୫ଜି ସେବା ଯୋଗାଇବେ। ଏଥିସହିତ ୪୦ ଟି ଷ୍ଟାଟଅପ୍ କମ୍ପାନୀ ଯେଉଁମାନେ ଫାଇଭ୍ ଜି କୁ ନେଇ ନିଜର ବିଜନେସ ଆରମ୍ଭ କରିଛନ୍ତି ତାହା ମଧ୍ୟ ପ୍ରଦର୍ଶିତ ହେଉଛି । ଏହି କାର୍ଯ୍ୟକ୍ରମ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ । ସୂଚନାଯୋଗ୍ୟ, ଦେଶବାସୀଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ଓ ଟେଲିକମ୍ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ୫ଜି ସେବାକୁ ଗତ ଅକ୍ଟୋବରରେ ନୁଆଦିଲ୍ଲୀରେ ଲଞ୍ଚ କରିଥିଲେ । ଏହାପରେ ପରୀକ୍ଷାମୂଳକ ଭାବେ ଏହି ସେବା ଆରମ୍ଭ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୨ଟି ସହର ସମେତ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ମଧ୍ୟ ସାମିଲ ହୋଇଥିଲା ।

Get real time updates directly on you device, subscribe now.