fbpx

ଏତିକି ଟଙ୍କା ରୋଜଗାର କରି ସଞ୍ଚୟ କରିଛନ୍ତି ସାନିଆ, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ଅଛି ସଂପତ୍ତି

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ପ୍ରଫେସନଲ ଟେନିସ କାରିୟରରେ ଅବସର ନେବାକୁ ଯାଉଛନ୍ତି । ସାନିଆ ଏହି ନିଷ୍ପତ୍ତି ନିଜ ଆଘାତ ପାଇଁ ନେଇଛନ୍ତି । ସାନିଆ ଆଗକୁ ଦୁବାଇରେ ନିଜର ଶେଷ କ୍ରୀଡ଼ା ଖେଳିବେ । ୩୬ ବର୍ଷିୟ ସାନିଆ ମିର୍ଜା ଡ଼ବଲ୍ସରେ ୱାର୍ଲର ନମ୍ବର ୱାନ ମଧ୍ୟ ହୋଇ ସାରିଛନ୍ତି । ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆରବୀୟ ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । କହିବାକୁ ଗଲେ ସାନିଆ ତାଙ୍କ କ୍ୟାରିଅରରେ ବହୁତ କିଛି ସଂପତ୍ତି ହାସଲ କରିଛନ୍ତି ।

ସୂଚନା ଅନୁସାରେ, ସାନିଆ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଅନେକ କିଛି ବଡ଼ ବଡ଼ ଆୱାର୍ଡ ହାସଲ କରିଛନ୍ତି । ତେବେ ୨୦୨୨ ପର୍ଯ୍ୟନ୍ତ ସାନିଆଙ୍କ ସମୁଦାୟ ସଂପତ୍ତି ହେଉଛି ୨୫ ମିଲିୟନ ଡ଼ଲାର ଅର୍ଥାତ ଭାରତୀୟ ଟଙ୍କାରେ ୨୦୦ କୋଟି ଟଙ୍କା । ଏହାବ୍ୟତିତ ପୁରଷ୍କାର ରାଶି ଏବଂ ବିଭିନ୍ନ ବିଜ୍ଞାପନ ରୋଜଗାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି । ଡବ୍ଲ୍ୟୁଟିଏ ଟୁରରେ ସାନିଆ ମିର୍ଜା ପୁରଷ୍କାର ରାଶି ହିସାବରେ ୬,୯୬୩,୦୬୦ ଡଲାର ରୋଜଗାର କରିଛନ୍ତି । ସାନିଆ ତେଲେଙ୍ଗାନା ରାଜ୍ୟର ବ୍ରାଣ୍ଡ ଆମ୍ବାସେଡର ଅଛନ୍ତି । ସେ ଆଡିଡାସ ସ୍ପ୍ରାଇଟ ଭଳି କିଛି ବ୍ରାଣ୍ଡର ଅନୁମୋଦନ କରିଛନ୍ତି ।

ସାନିଆ ମିର୍ଜା ହାଇଦ୍ରାବାଦର ଏକ ବଙ୍ଗଳାରେ ରହୁଛନ୍ତି ଏବଂ ଦୁବାଇରେ ମଧ୍ୟ ତାଙ୍କର ଅନ୍ୟ ଏକ ଘର ଅଛି । ତାଙ୍କ ପାଖେ କାର୍ ମାନଙ୍କର ଭଲ ଭଲ କଲେକସନ ମଧ୍ୟ ରହିଛି । ସେ BMW X3 ଏବଂ Porsche Carrera GT ର ମାଲିକ ଅଟନ୍ତି । ମର୍ସିଡିଜ-ବେଞ୍ଜ, ଅଡି ଏବଂ ରେଂଜର ରୋବର ମଧ୍ୟ ତାଙ୍କର କଲେକସନରେ ଅନ୍ତଭୁକ୍ତ ଅଛି । ଏପରି ସଂପତ୍ତି ସଂଗ୍ରହ କରିଛନ୍ତି ସାନିଆ । ସାନିଆ ସୋଏବ ଅଲ୍ଲୀଙ୍କୁ ୨୦୧୦ରେ ବିବାହ କରିଥିଲେ । ହେଲେ ବର୍ତ୍ତମାନ ସେମାନଙ୍କ ଛାଡ଼ପତ୍ରକୁ ନେଇ ବିବାଦ ଚାଲିଛି ।

Get real time updates directly on you device, subscribe now.