fbpx

ପ୍ରବଳ ଉତ୍ସାହ ସହିତ ବନ୍ଦ ହେଲା ଭାରତୀୟ ସେୟାର ବଜାର, ୩ ଲକ୍ଷରୁ କୋଟିରୁ ଅଧିକ ଲାଭ ଜକଲେ ନିବେଶକ

ମୁମ୍ବାଇ: ସପ୍ତାହର ପ୍ରଥମ ବ୍ୟବସାୟ ଦିନରେ ଭାରତୀୟ ସେୟାର ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି । ଗ୍ରୀନ୍ ସିଗନାଲ ସହିତ ବଜାର ଖୋଲିବା ପରେ ଉଭୟେ ସେନସେକ୍ସ ଏବଂ ନିଫ୍ଟି ଜବରଦସ୍ତ ବୃଦ୍ଧି ସହିତ ବନ୍ଦ ହୋଇଥିଲା । ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ସୁଚକାଙ୍କ ୮୫୬.୯୪ ଅଙ୍କ ବୃଦ୍ଧି ସହିତ ୬୦.୭୪୭.୩୧ ଅଙ୍କରେ ବନ୍ଦ ହିଇଥିଲା । ସେହିଭଳି ନିଫ୍ଟି ସୁଚକାଙ୍କ ୨୪୧.୭୫ ଅଙ୍କ ବୃଦ୍ଧି ସହିତ ୧୮.୧୦୧.୨୦ଅଙ୍କରେ ବନ୍ଦ ହୋଇଥିଲା ।

ଇନଫୋସିସ୍‌, ଟାଟା କନସଲଟାନ୍ସି ସର୍ଭିସ୍(ଟିସିଏସ) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭଳି ଆଗ ଧାଡ଼ିର କମ୍ପାନୀ ଏହି ବୃଦ୍ଧିରେ ପ୍ରମୁଖ ଯୋଗଦାନ କରିଥିଲେ । ତେବେ ଆଜିର ବଜାର ଶେଷ ବେଳକୁ ନିବେଶକମାନେ ପ୍ରାୟତଃ ୩ ଲକ୍ଷ କୋଟି ଟଙ୍କାର ଲାଭ କରିଥିଲେ ।

ଆଜି ବଜାର ଖୋଲିବା ପରେ ପ୍ରାୟ ୧୯୮୬ ସେୟାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ସେହିପରି ୧୫୫ ସେୟାରରେ କୌଣସି ପରିବର୍ତ୍ତନ ହୋଇ ନଥିଲା । ଏହି ସମୟରେ ମହିନ୍ଦା ଆଣ୍ଡ ମହିନ୍ଦା, ଟିସିଏସ୍‌, ଏସଚ୍‌ସିଏଲ୍ ଟେକ୍‌, ଟେକ୍ ମହିନ୍ଦା, ଏୟାରଟେଲ୍ ଏବଂ ଇଣ୍ଡୁସିଣ୍ଡ ବ୍ୟାଙ୍କ ସବୁଠାରୁ ଅଧିକ ଲାଭ ପାଇଥିଲେ । ସମାନ ସମୟରେ ଟାଇଟାନ୍‌, ବଜାଜ ଫିନସର୍ବ, ବାଜାଜ ଅଟୋ ଏବଂ ଏଚ୍‌ଡିଏଫ୍‌ସି ଲାଇଫ୍ ର ସେୟାର ନିମ୍ନ ସ୍ତରକୁ ଛୁଇଁଥିଲା ।

Get real time updates directly on you device, subscribe now.