fbpx

Video: ହବେଲିରେ ଅଚାନକ ପ୍ରକଟ ହେଲା ମଞ୍ଜୁଲିକା, ଡ଼ରରେ ଲୋକେ ଭୟଭୀତ

ନୂଆଦିଲ୍ଲୀ: ମଞ୍ଜୁଲିକା ହୋଇ ଲୋକଙ୍କୁ ଡ଼ରାଇବା ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ମଞ୍ଜୁଲିକା ହେଉଛି ଭୁଲ୍ ଭୁଲୈୟା ଫିଲ୍ମର ଲୋକପ୍ରିୟ କ୍ୟାରେକ୍ଟର । ଏହି ଭାଇରାଲ ଭିଡ଼ିଓରେ ଜଣେ ମହିଳା ଧଳା ସାଢି ପିନ୍ଧି ଆଗକୁ ଚୁଟି ପକାଇ ଲୋକଙ୍କୁ ଡ଼ରଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହି ମଞ୍ଜୁଲିକା ହଠାତ ଲୋକ ମାନଙ୍କ ନିକଟକୁ ଯାଉଛି, ଯାହାଦ୍ୱାରା ଲୋକେ ତାକୁ ଦେଖି ଦୌଡ଼ି ପଳାୟନ କରୁଛନ୍ତି । ଜଣେ ଝିଅ ସାମ୍ନାକୁ ଯେତେବେଳେ ମଞ୍ଜୁଲିକା ପ୍ରବେଶ କରିଲା ସେତେବେଳେ ସେ ଝିଅ ସମ୍ପୂର୍ଣ୍ଣ ଡ଼ରି ଯାଇ ଚିତ୍କାର କରିଥିଲେ । ସେହିପରି ଜଣେ ଛୋଟପିଲା ତାଙ୍କୁ ଦେଖି ଭୟଭୀତ ହୋଇଯାଇଥିଲା ।

ଏହି ଭିଡ଼ିଓକୁ ଟ୍ୱିଟର ୟୁଜର ପ୍ରିସା ନାମକ ଜଣେ ମହିଳା ସେୟାର କରିଛନ୍ତି । ସେ ଏହି ଭିଡ଼ିଓ କ୍ୟାପସନରେ ଲେଖିଛନ୍ତି ଯେ, ‘ମଞ୍ଜୁଲିକା ହୋଇ ଭରତପୁରରେ ଲୋକଙ୍କୁ ଡ଼ରାଇଲା, ଦେଖନ୍ତୁ ଏହାପରେ କଣ ହେଲା’ । ଭିଡ଼ିଓ ୧ମିନିଟ ୩୭ ସେକେଣ୍ଡର ଅଟେ । ତେବେ ଏହି ଭିଡ଼ିଓକୁ ବହୁତ ଭ୍ୟୁ ମଧ୍ୟ ମିଳିସାରିଛି । ଭିଡ଼ିଓ-ଭାଇରାଲ ହେବାପରେ ୟୁଜର୍ସ ଏହାକୁ ନେଇ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଏହି ଭିଡ଼ିଓରେ ଜଣେ ବ୍ୟକ୍ତି କମେଣ୍ଟ ଦେଇ ଲେଖିଛି ଯେ, ଏମିତି ମୁଁ ମୋ ସାଙ୍ଗମାନଙ୍କ ସହ କରିବି । ଅନ୍ୟ ଏକ ୟୁଜର୍ସ ଲେଖିଛନ୍ତି ଯଦି ମୋତେ ହାର୍ଟଆଟାକ ଆସିଲା ତେବେ ତାର ବିଲ କିଏ ଦେବ? ଅନ୍ୟ ଜଣେ ଲେଖିଛନ୍ତି, ମୋ ସହ ଏପରି କଲେ ତାକୁ ଗୋଡ଼େଇକି ମାରିବି । କେହିକେହି ଲେଖିଛନ୍ତି, ମଞ୍ଜୁଲିକା କଣ ନାଇକ ଜୋତା ପିନ୍ଧୁଛି? ଅନ୍ୟମାନେ ଏହି ହବେଲିକୁ ପ୍ରଶଂସା କରିଛନ୍ତି ଯେଉଁଠାରେ ଏହି ଭିଡ଼ିଓ ସୁଟ ହୋଇଛି ।

Get real time updates directly on you device, subscribe now.