fbpx

ଗାଧୋଇବା ସମୟରେ କରୁଛନ୍ତି କି ଏହିୁ ଭୁଲ? ତୁରନ୍ତ କରନ୍ତୁ କରନ୍ତୁ ପରିବର୍ତ୍ତନ, ନଚେତ୍ ଭୋଗିପାରନ୍ତି ଏହି ସମସ୍ୟା

ଶୀତ ଋତୁ ହେଉ ଅବା ଗ୍ରୀଷ୍ମ ଋତୁ ପ୍ରତ୍ୟେକ ଦିନ ଲୋକମାନେ ଗାଧୋଇବା ସମୟରେ ସାବୁନ୍ ବ୍ୟବହାର କରିଥାନ୍ତି । ତେବେ ମୁହଁ ସମେତ ଶରୀରର ସମସ୍ତ ଅଙ୍ଗରେ ସାବୁନ ଲଗାଇବା ଏକ ସାଧାରଣ କଥା । ଯାହା ଆପଣମାନେ ମଧ୍ୟ କରୁଥିବେ । ତେବେ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ସାବୁନ ବଦଳରେ ଫେଶ ୱାସ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ବ୍ୟକ୍ତିମାନେ ସେମାନଙ୍କ ଚେହେରାରେ ସାବୁନ ବ୍ୟବହାର କରିଥାନ୍ତି ସେମାନଙ୍କ ଶରୀରରେ ଅନେକ ଚର୍ମ ସମସ୍ୟା ଦେଖା ଦେଇଥାଏ । ଏଥିସହିତ ଏହା ପରବର୍ତ୍ତି ସମୟରେ ଆପଣଙ୍କୁ ବିପଦରେ ପକାଇପାରେ । ଏନେଇ ବିଶେଷଜ୍ଞମାନ ମେଧ୍ୟ ସେମାନଙ୍କ ମତ ଦେଇଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଶରୀର କିମ୍ବା ଚେହେରାରେ ସାବୁନ ଲଗାଇବା ଦ୍ୱାରା କଣ ଅସୁବିଧା ହୋଇଥାଏ ।

ସାବୁନ ବିଷୟରେ ଡାକ୍ତରମାନେ କ’ଣ କୁହନ୍ତି?

କାନପୁରର ଜିଏସଭିଏମ ମେଡିକାଲ କଲେଜର ସହକାରୀ ପ୍ରଫେସର ତଥା ଚର୍ମରୋଗ ବିଶେଷଜ୍ଞ ଡକ୍ଟର ଯୁଗଳ ରାଜପୁତ କହିଛନ୍ତି ଯେ, ସାବୁନ ପ୍ରୟୋଗ କରିବା ଆମ ଶରୀର ପାଇଁ ଲାଭଦାୟକ । କିନ୍ତୁ ଏହାକୁ ଅଳ୍ପ ବ୍ୟବହାର କରାଯିବା ଉଚିତ । କାରଣ ସାବୁନରେ ଏପରି କିଛି ଉପାଦନ ଅଛି ଯାହା ଚର୍ମର ଆର୍ଦ୍ରତା ହ୍ରାସ କରିଥାଏ ଏବଂ ଏହି କାରଣରୁ ଲୋକମାନେ ଆଲର୍ଜି ସମେତ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏପରି ପରିସ୍ଥିତିରେ, ଲୋକମାନେ ସାବୁନ ବ୍ୟବହାର କରିବା ପରେ ମଶ୍ଚୁରାଇଜର ପ୍ରୟୋଗ କରିବା ଉଚିତ ।

ମୁହଁରେ ସାବୁନ ଲଗାଇବାର ଅସୁବିଧା ଜାଣନ୍ତୁ

ମୁଖର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ଅଟେ। ଏପରି ପରିସ୍ଥିତିରେ, ସାବୁନର ଅତ୍ୟଧିକ ବ୍ୟବହାର ହେତୁ ଚେହେରାର ଚର୍ମ ଶୁଷ୍କ ହୋଇପାରେ । ଏଥିସହିତ ଫେସରେ ଥିବା ଗ୍ଲୋ ମଧ୍ୟ ଧିରେ ଧିରେ କମିଯାଏ । ଯାହାଫଳରେ ଚେହେରାରେ ଉତ୍ତେଜନା ସୃଷ୍ଟି କରିପାରେ ଏବଂ କୁଞ୍ଚନ ଚେହେରାକୁ ନଷ୍ଟ କରିପାରେ । ସାବୁନ ଲଗାଇବା ଦ୍ୱାରା ଅଳ୍ପ ବୟସରେ ମଧ୍ୟ ବୟସ୍କ ଦେଖାଯିବାର ସମ୍ଭାବନା ରହିଥାଏ । ଖାସ୍ କରି ଶୀତଦିନେ ମୁହଁରେ ସାବୁନ ଲଗାଇବା ଦ୍ୱାରା ଚର୍ମର ପ୍ରାକୃତିକ ତେଲ ବା ନାଚୁରାଲ ଅଏଲ୍ ହ୍ରାସ ପାଇଥାଏ ଏବଂ PH ସ୍ତରକୁ ମଧ୍ୟ କମ୍ କରିପାରେ । ଏହି କାରଣରୁ ଚର୍ମରେ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ । ସେଥିପାଇଁ ମୁହଁରେ ଅଳ୍ପ ପରିମାଣରେ ସାବୁନ ଲଗାଇବା ଉଚିତ୍ । ଏଥିସହିତ ପ୍ରତ୍ୟେକ ଦିନ ବ୍ୟାୟାମ୍ କରିବା ଉଚିତ୍ ଏବଂ ଫେଶରେ ଗାଧୋଇ ସାରିବା ପରେ ମଶ୍ଚୁରାଇଜର ଲଗାଇବା ଉଚିତ୍ । ଏପରି କରିବା ଦ୍ୱାରା ମୁହଁର ଆଦ୍ରତା କମି ନଥାଏ ଏବଂ ଫେଶ୍ ଗ୍ଲୋ କରିଥାଏ ।

Get real time updates directly on you device, subscribe now.