fbpx

କରୋନା ନୁହେଁ କ୍ୟାନସରରେ ମୃତ୍ୟୁ ହୋଇଛି: ବାଗଚୀ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ଆଜି ୪୪ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେ କରୋନାରେ ନୁହେଁ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ବାଗଚୀ । ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧ରେ ସୀମିତ ଅଛି । ୪୯ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
କରୋନା ଲଢ଼େଇରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଜଣେ ଜଣେ ଯୋଦ୍ଧା ବୋଲି ସେ କହିଛନ୍ତି । କୋଭିଡ଼ ସଂଗ୍ରାମୀଙ୍କୁ ସରକାର ସହିଦର ସମ୍ମାନ ଦେବାକୁ ନିଷ୍ପତ୍ତି ନେବା ସହ ଆଜି ଘୋଷଣା କରିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର କଲେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟରେ ୩୦୯ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି ।

ଏହାସହ ରାଜ୍ୟର ସୀମା ଜଗିବା ଏତେ ସହଜସାଧ୍ୟ ନୁହେଁ ବୋଲି ସେ କହିଛନ୍ତି । କାରଣ ପଡ଼ୋଶୀ ରାଜ୍ୟର ସୀମାରେ ଘଞ୍ଚ ଜଙ୍ଗଲ ରହିଛି । ତେଣୁ ରାଜ୍ୟର ସମସ୍ତ ପଞ୍ଚାୟତଗୁଡ଼ିକୁ କ୍ଷମତା ଦିଆଯାଇଛି । ଏନେଇ ୬୭୦୦ ପଞ୍ଚାୟତ ଅଧିକାରୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ ବୋଲି ବାଗଚୀ କହିଛନ୍ତି ।

Get real time updates directly on you device, subscribe now.