fbpx

ଏ କଣ ଫ୍ଲାଏ ଓଭରରେ ହେଉଛି ଟଙ୍କା ବର୍ଷା! ଯିଏ ପାରିଲା ସେ ଗୋଟେଇଲା

ବେଙ୍ଗାଲୁରୁ:କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ, ସିଟି ମାର୍କେଟ ନିକଟରେ ଥିବା ଫ୍ଲାଏ ଓଭରରେ ଚଢି ଜଣେ ବ୍ୟକ୍ତି ୧୦ ଟଙ୍କା ନୋଟ୍ ଉଡେଇବା ଆରମ୍ଭ କଲେ। ତାଙ୍କ ପାଖରେ ୧୦ ଟଙ୍କିଆ ନୋଟ୍ର ଅନେକ ବଣ୍ଡଲ୍ ଥିଲା। ଗୋଟିଏ ପରେ ଗୋଟିଏ ସେ ବଣ୍ଡଲ ଖୋଲି ନୋଟଗୁଡ଼ିକୁ ଉଡ଼େଇଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।

ଏହି ବ୍ୟକ୍ତି କିଏ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି କାର୍ଯ୍ୟ କରିଥିବା ବ୍ୟକ୍ତି କିଏ ବୋଲି ପୋଲିସ ଜାଣିବାକୁ ଚେଷ୍ଟା କରୁଛି।ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବ୍ୟକ୍ତି ଫ୍ଲାଏଓଭରରୁ ନୋଟ୍ ଗୋଟେଇବାରେ ବ୍ୟସ୍ତ ହେଇଯାଇଥିଲେ। ତଳେ ଠିଆ ହୋଇଥିବା ଲୋକ ସେହି ନୋଟଗୁଡ଼ିକୁ ଉଠାଉଥିବାର ଦେଖିବାକୁ ମିଳିଛି । ଯେତେବେଳେ ବ୍ୟକ୍ତି ନୋଟ୍ ଉଡେଇବା ଆରମ୍ଭ କଲେ, ସେଠାରେ ଅନେକ ଲୋକ ଏକତ୍ରିତ ହୋଇଥିଲେ । ସମସ୍ତେ ନୋଟ୍ ନେବା ଆରମ୍ଭ କଲେ ।

ଗତ ବର୍ଷ ହାଇଦ୍ରାବାଦରୁ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଥିଲା। ଏଠାରେ ଜଣେ ବ୍ୟକ୍ତି ଅନେକ ୫୦୦ ଟଙ୍କିଆ ନୋଟ୍ ବାୟୁରେ ଉଡ଼େଇଥିଲେ । ତାଙ୍କ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।ଭାଇରାଲ ହୋଇଥିବା ଏହି କ୍ଲିପ୍‌ରେ ଦର୍ଶାଯାଇଛି ଯେ ଜଣେ କୁର୍ତ୍ତା-ପାଇଜାମା ପିନ୍ଧିଥିବା ବ୍ୟକ୍ତି ଉଚ୍ଚ ସ୍ଥାନରେ ଠିଆ ହୋଇ ୫୦୦ନୋଟ୍ ଉଡ଼େଇଥିଲେ। ସେ ନୋଟ୍ ଉଡ଼େଇଥିଲେ ଆରମ୍ଭ କରିବା ମାତ୍ରେ ତଳେ ଠିଆ ହୋଇଥିବା ଜନତା ସେହି ନୋଟ୍ ଉଠାଇବା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.