fbpx

ମୁଖ୍ୟମନ୍ତ୍ରୀଙ୍କ ନିବାସରେ ପହଞ୍ଚିଲା କରୋନା

ମୁମ୍ବାଇ,୨୨ ।୪: ସାରା ଦେଶରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରୀ ବାସଭବନରେ ନିଯୁକ୍ତ ହୋଇଥିବା ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଉଦ୍ଧବ ଠାକରେଙ୍କ ବାସଭବନର ନାମ ହେଉଛି ବର୍ଷା । ରିପୋର୍ଟ ଆସିବା ପରେ ୬ ପୋଲିସ ଅଧିକାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏନେଇ ମୁମ୍ବାଇ ପୋଲିସ ସୂଚନା ଦେଇଛି । ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଛୁଇଁଥିବା ବେଳେ କେବଳ ମହାରାଷ୍ଟ୍ରରେ ୫,୨୦୦ ଲୋକ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.