fbpx

ଆପୋଲୋରେ ନବ ଦାସଙ୍କ ଅସ୍ତ୍ରୋପଚାର, ଜାଣନ୍ତୁ କ’ଣ କହିଲେ ଡାକ୍ତର!

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ହେବା ପରେ ତାଙ୍କୁ ଝାରସୁଗୁଡ଼ାରୁ ଏୟାର ଲିପ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଗ୍ରୀନ କରିଡର କରାଯାଇ ତାଙ୍କୁ ଆପୋଲୋ ହସପିଟାଲକୁ ଅଣାଯାଇଥିଲା। ଏହି ସମୟରେ ତାଙ୍କ ଚିକିତ୍ସାର ତଦାରଖ କରିବା ପାଇଁ ଆପୋଲୋ ହସପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ତବେ ୫ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମନ୍ତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଅଛନ୍ତି। ସେହିପରି କଟକ ବଡ଼ ଡାକ୍ତରଖାନରୁ ସିଟିଭିଏସ, ସର୍ଜରି ଓ ନିଶ୍ଚେତକ ବିଭାଗର ଟିମ ଭୁବନେଶ୍ୱରରେ ପ୍ରସ୍ତୁତ ଅଛନ୍ତି। ଏହି ଟିମରେ ସର୍ଜନ, ନ୍ୟୁରୋ ସର୍ଜନ,କାର୍ଡିଓଲୋଜିଷ୍ଟ ମଧ୍ୟ ପ୍ରସ୍ତୁତ ଥିବା ଜଣାପଡିଛି। ଏବେ ଆପଲୋ ହସପିଟାଲରେ ତେଣେ ଆପୋଲୋ ହସ୍ପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଞ୍ଚିଛନ୍ତି।

ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ନବ ଦାସଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ୍ ତାଙ୍କୁ ଗୁଳି ମାରିଥିଲେ। ଗୁଳି ନବ ଦାସଙ୍କ ଛାତିରେ ପସି ବାହାରି ଯାଇଥିବା କୁହାଯଉଛି। ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ କରାଯାଇଛି। ଏବେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି।

 

Get real time updates directly on you device, subscribe now.