fbpx

ଚାଲିଛି ୨୦୨୩ -୨୪ ହିସାବ କିତାବ; ଆରମ୍ଭ ହେବ ଏହିସବୁ ନୂତନ ଯୋଜନା, ଶସ୍ତା ହେଲା ଏହି ସାମଗ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍ ୨୦୨୩ -୨୪ ପରିବେଶ ହେଉଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଛି । ଏଥିସହିତ ନୂତନ ଯୋଜନା ବିଷୟରେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଉଛନ୍ତି । ତେବେ ସରକାର ନେଇଥିବା ପଦକ୍ଷେପ ଉପରେ ନିଜର ଆଲୋଚନା ଉପସ୍ଥାପନ କରୁଛନ୍ତି ମନ୍ତ୍ରୀ । କୋଭିଡ ଟିକାକରଣରୁ ଆରମ୍ଭ କରି ସବକା ସାଥ, ସବକା ବିକାଶରେ କାର୍ଯ୍ୟ କରାଯାଇଛି । କରୋନା ମହାମାରୀ ପରେ ବିଶ୍ୱ ଅର୍ଥନୀତି ମନ୍ଥର ହୋଇଥିବା ବେଳେ ମଧ୍ୟ ଦେଶର ଅର୍ଥନୀତିକୁ କିପରି ଆଗକୁ ନିଆଯାଇ ପାରିବ ଏହା ଉପରେ କାର୍ଯ୍ୟ ହୋଇଛି । ଏତିସହିତ ଆଗାମୀ ଦିନରେ ବୋକାରୀ ସମସ୍ୟା ଦୂର କରିବା ପାଇଁ ମଧ୍ୟ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ ହୋଇଛି । ଯାହା ବିଷୟରେ ଅର୍ଥମନ୍ତ୍ରୀ ଲୋକସଭା ଭବନରେ ସୂଚନା ଦେଉଛନ୍ତି ।

ଆରମ୍ଭ ହେବ ଏହିସବୁ ନୂତନ ଯୋଜନା:

ପିଏମ କୌଶଳ ଯୋଜନା- ୪ ଲଞ୍ଚ: ଆଗାମୀ ଦିନରେ ଭାରତସରକାରଙ୍କ ପକ୍ଷରୁ ପିଏମ କୌଶଳ ଯୋଜନା- ୪ ଲଞ୍ଚ ହେବ । ଯେଉଁଥିରେ ୪୭ ଲକ୍ଷ ଯୁବବର୍ଗଙ୍କୁ ବିଶ୍ୱସ୍ତରୀୟ ଟ୍ରେନିଂ ଦିଆଯିବ । ଏଥିସହିତ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଭତ୍ତା ମଧ୍ୟ ମିଳିବ ।

ଦେଖୋ ଆପନା ଦେଶ ଯୋଜନା: ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ବିକାଶ ପାଇଁ ଏକ ଆପ୍ ଲଞ୍ଚ ହେବ । ଯାହାର ନାମ ହେଉଛି ଦେଖୋ ଆପନା ଦେଶ ଯେଜନା । ଏଥିସହିତ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଉତ୍ପାଦକୁ ପ୍ରୋତ୍ସାହନ ଦିଆଯିବ ।

ମହିଳା ସମ୍ମାନ ସଞ୍ଚୟ ଯୋଜନା : ମହିଳାଙ୍କ ପାଇଁ ମଧ୍ୟ ଏକ ଯୋଜନା ଆରମ୍ଭ ହେବ । ଯାହାର ନାମ ହେଢ଼ଉଛି ମହିଳା ସମ୍ମାନ ସଞ୍ଚୟ ବ୍ରତ ଯୋଜନା । ଏହି ଯୋଜନା ମଧ୍ୟମରେ ୨ ବର୍ଷ ପାଇଁ ୨ ଲକ୍ଷ ଟଙ୍କା ଉପରେ ୭.୫ ପ୍ରତିଶତ ସୁଧ ଦିଆଯିବ । ଏତିସହିତ ଏହି ଯୋଜନା ୨୦୨୫ ଯାଏଁ ଚାଲିବ ।

ତେବେ ଏହି ସବୁ ଯୋଜନା ପରେ ମଧ୍ୟ କିଛି ଜିନିଷ ଶସ୍ତା ହେବ । ଯେଉଁଥିରେ ଖେଳନା ସାଇକେଲ ଅଟୋମୋବାଇଲ ଆଦି ସାମିଲ ରହିଛି । ଏଥିସହିତ ଇଲେକ୍ଟ୍ରୀ ଗାଡି ମଧ୍ୟ ଶସ୍ତା ହେବ । ତେବେ ବାୟୋଗ୍ୟାସ୍ ମମ୍ବନ୍ଧିୟ ସାମଗ୍ରୀ ଶସ୍ତା ହେବ । ଲିଥିୟମ ବ୍ୟାଟେରୀ ଉପରେ ୧୩ ପ୍ରତିଶତ ସୀମା ଶୁକ୍ଳ ହେବ । ଏତତ୍ବ ବ୍ୟତୀତ ସ୍ୱଦେଶୀ ମୋବାଇଲ କ୍ୟାମେରା ଲେନ୍ସ ମଧ୍ୟ ଶସ୍ତା ହେବ ।

Get real time updates directly on you device, subscribe now.