fbpx

ମଣିଷ ରହିବା ପାଇଁ ମିଳିଲା ଗ୍ରହ, ପୃଥିବୀ ଠାରୁ ଏତିକି ଗୁଣ ବଡ଼

ନୂଆଦିଲ୍ଲୀ: ଜୀବଜଗତ କେବଳ ପୃଥିବୀ ପୃଷ୍ଟରେ ତିଷ୍ଠି ରହିଥିବା ବେଳେ ବର୍ତ୍ତମାନ ଅନ୍ୟାନ୍ୟ ଗ୍ରହର ଅନୁସନ୍ଧାନ କରାଯାଇଛି । ଯେଉଁ ଗ୍ରହରେ ମଣିଷ ବଞ୍ଚିପାରିବ । ଏହା ଏକ ପଥର ଦୁନିଆ ହୋଇଥିଲେ ମଧ୍ୟ ଏଠାରେ ପାଣିର ସମ୍ଭାବନା ଦୃଶ୍ୟମାନ ହେଉଛି । ସେଥିପାଇଁ ଆଶା କରାଯାଉଛି ଯେ, ଏଠାରେ ମଣିଷ ସମାଜ ବସିପାରିବ । ବର୍ତ୍ତମାନ ଏହାର ପରିବେଶକୁ ନେଇ ବୈଜ୍ଞାନିକ ଅଧ୍ୟୟନ କରାଯାଉଛି । ତେବେ ପୃଥିବୀ ଠାରୁ ୩୧ ଆଲୋକ ବର୍ଷ ଦୂରରେ ଏକ ଏପରି ଏକ୍ସୋପ୍ଲାନେଟ ମିଳିଛି ଯେଉଁଠାରେ ଜୀବନ ବଂଚିବା ସମ୍ଭବ ହେବ । ଅର୍ଥାତ ସେଠାରେ ମଣିଷ ରହିପାରିବେ । ବୈଜ୍ଞାନିକ ମାନେ ୫୨୦୦ରୁ ଅଧିକ କ୍କନ୍ତ୍ରୋପ୍ଲାନେଟ ଅନୁସନ୍ଧାନ କରିଛନ୍ତି ହେଲେ ସେଥିରୁ କେବଳ ୨୦୦ଟି ଗ୍ରହ ଅଛି ଯେଉଁଠାରେ ଜୀବନ ବଂଚିବା ସମ୍ଭବ ଅଟେ । ଏହି ଏକ୍ସୋପ୍ଲାନେଟର ନାମ ହେଉଛି Wolf 1069b

ଏହାର ଅନୁସନ୍ଧାନରେ ୫୦ଜଣ ବୈଜ୍ଞାନିକ ଲାଗିଥିଲେ । ଲାଲ୍ ତାରକା ଏହା ଚାରିପାଖେ ଘୂରୁଛି । ଏହା ଏକ ପଥର ଦୁନିଆ ଅଟେ ଏବଂ ପୃଥିବୀ ଠାରୁ ୧.୨୬ ଗୁଣ ଓଜନରେ ଭାରି ହୋଇଥିବା ବେଳେ ପୃଥିବୀ ଠାରୁ ୧.୦୮ ଆକାରରେ ବଡ଼ ଅଟେ । ତେବେ ଜର୍ମାନୀ ସ୍ଥିତ ମ୍ୟାକ୍ସ ପ୍ଲେଙ୍କ ଇନଷ୍ଟିଚ୍ୟୁଟ ଫର ଏଷ୍ଟ୍ରୋନାମୀର ବୈଜ୍ଞାନିକ ଡାୟନା କୋସାକିୱସ୍କି କହିଛନ୍ତି ଯେ, ଏହି ଗ୍ରହରେ ଜୀବନ ଅତିବାହିତ କରିହେବ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଛି ।

ଏହି ଗ୍ରହ ନିଜ ତାରା ଚାରିପାଖେ ବୁଲିବାକୁ ୧୫.୬ ଦିନ ଲାଗୁଛି । ଏହି ତାରକା ଏକ ଲାଲ ବଧୂ ପରି ଅଟେ । ଅର୍ଥାାତ ସେ ଆମ ସୂର୍ଯ୍ୟଠାରୁ ଛୋଟ ଅଟେ । ଏହା ବ୍ୟତୀତ ସେ ସୂର୍ଯ୍ୟଠାରୁ ୬୫ ପ୍ରତିଶତ କମ୍ ରେଡିଏସନ/ ବିକିରଣ ଉତ୍ପାଦନ କରୁଛି । ସେଠାର ତାପମାତ୍ରା ୯୫.୧୫ ଡିଗ୍ରୀ ସେଲସିୟସ ରୁ ୧୨.୮୫ ଡିଗ୍ରି ସେଲସିୟସ ମଧ୍ୟରେ ରହୁଛି । ହାରାହାରି ତାପମାତ୍ରା ୪୦.୧୪ ଡ଼ିଗ୍ରି ସେଲସିୟସ ରହୁଛି । ଏଥିରୁ ଏହା ଜଣା ପଡୁଛି ଯେ, ଏଠାରେ ମଣିଷ ବଞ୍ଚିବା ସମ୍ଭବ ଅଟେ ।

ଓଲ୍ଫ ୧୦୬୯ବି ତାରକା ନିକଟରେ ତାଲା ପଡ଼ିଛି । ଅର୍ଥାତ ଗୋଟିଏ ପଟେ ସର୍ବଦା ଆଲୋକ ରହିଥିବା ବେଳେ ଅନ୍ୟପଟେ ଅନ୍ଧାର ରହିଛି । ସେଠାରେ ଦିନ ରାତି ହେବ ନାହିଁ । ତେବେ ଏହି ଗ୍ରହକୁ CARMENES ଟେଲିସ୍କୋପ ଦ୍ୱାରା ଖୋଜାଯାଇଛି । ଓଲ୍ଫ ୧୦୬୯ବି ପୃଥିବୀ ପରି ଏକ ଗ୍ରହ ଯେଉଁଠାରେ ଜୀବନ ସମ୍ଭବ ହୋଇ ପାରିବ ବୋଲି ଦାବି କରାଯାଉଛି ।

Get real time updates directly on you device, subscribe now.