fbpx

ବିନା ଟାଇପରେ କରନ୍ତୁ ମେସେଜ ଏବଂ କଲ୍, ଆଜି ହିଁ ଶିଖନ୍ତୁ ଏହି ଟ୍ରିକ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପକୁ ଦୁନିଆରେ ୨ ବିଲିୟନରୁ ଅଧିକ ୟୁଜର୍ସ ବ୍ୟବହାର କରୁଛନ୍ତି । ଏହା ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଅଟେ । ଏଥିରେ ଖାଲି ମେସେଜ ନୁହେଁ ଭିଡ଼ିଓ କଲ୍ କରିବା ସହ ପରିବାର ବର୍ଗ କିମ୍ବା ସାଙ୍ଗ ସାଥୀ ମାନଙ୍କ ସହ ଫଟୋ ମଧ୍ୟ ସେୟାର ହୋଇପାରୁଛି । ହେଲେ ଆପଣ ଏପରି କିଛି ପରିସ୍ଥିତିର ଶିକାର ହୋଇଛନ୍ତି କି ଯେତେବେଳେ ଆପଣ ବ୍ୟସ୍ତ ଥିବେ କିମ୍ବା ଗାଡ଼ି ଚଲାଉଥିବେ ସେତେବେଳେ ମେସେଜ ପଠାଇ ପାରୁନଥିବେ? ଏପରି ସ୍ଥିତିର ସାମ୍ନା କରିଛନ୍ତି ଯଦି ତେବେ ବର୍ତ୍ତମାନ ଏହାର ଚିନ୍ତା ନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କଥା କହିବୁ ଯେଉଁଥିରେ ଆପଣ ହ୍ୱାଟ୍ସଆପ ରେ ହ୍ୟାଣ୍ଡସ୍ ଫ୍ରି ମେସେଜ ଏବଂ ହ୍ୱାଟ୍ସଆପ କଲ କରିପାରିବେ ।

ଏହି ଟ୍ରିକ ଆପଣଙ୍କ ସ୍ମାର୍ଟଫୋନର ଭଏସ ଆସିସଷ୍ଟାଣ୍ଟକୁ ଉପଯୋଗ କରିବାକୁ ପଡ଼ିବ । ଧ୍ୟାନ ରଖନ୍ତୁ ଏହି ଟ୍ରିକ୍ ସେତେବେଳେ କାମ କରିବ ଯେତେବେଳେ ଆପଣଙ୍କ ଡ଼ିଭାଇସ୍ ଅନଲକ୍ ଥିବ । ଆପଣଙ୍କ ସ୍ମାର୍ଟଫୋନ ଲକ୍ ଥିବ ତ ଏହା କାମ କରିବ ନାହିଁ । ଆସନ୍ତୁ ପ୍ରଥମେ ଆଣ୍ଡ୍ରୋଏଡ୍ ଫୋନ ଠାରୁ ଆରମ୍ଭ କରିବା ।

ଆପଣ ଯଦି ଆଣ୍ଡ୍ରୋଏଡ୍ ଫୋନ ଛୁଇଁବା ବିନା ହ୍ୱାଟ୍ସଆପ ମେସେଜ ପଠାଇବାକୁ ଚାହୁଁଛନ୍ତି ତେବେ ଗୁଗୁଲ ଆସିଷ୍ଟାଣ୍ଟକୁ ଇନେବଲ୍ କରିବାକୁ ପଡ଼ିବ । ସେଥିପାଇଁ ଆପଣ ସେଟିଙ୍ଗକୁ ଯାଇ ଆପ ଉପରେ କ୍ଲିକ୍ କରନ୍ତୁ । ତଳକୁ ସ୍କ୍ରୋଲ କରନ୍ତୁ ଏବଂ ଆସିଷ୍ଟାଣ୍ଟ ଉପରେ କ୍ଲିକ୍ କରନ୍ତୁ । ଯଦି ଅଫ୍ ଅଛି ତେବେ ଟ୍ରାଏଙ୍ଗଲ ଅନ୍ କରନ୍ତୁ । ଏହାକୁ ଆକ୍ଟିଭ କରିବା ପାଇଁ ଆପଣଙ୍କୁ Hey Google କହିବାକୁ ପଡ଼ିବ । ଏହାପରେ ଆପଣ ନିଜ କଣ୍ଟାକ୍ଟ ନମ୍ବରର ଯେକୌଣସି ନମ୍ବରକୁ ମେସେଜ ପଠାଇବାକୁ କହିପାରିବେ ।

ସେହିପରି ଆଇ ଫୋନରେ ଆପଣ ସିରୀ ଅନ୍ କରନ୍ତୁ । ଏପରି କରିବା ପାଇଁ ସେଟିଙ୍ଗକୁ ଯିବାକୁ ପଡ଼ିବ । ସେଠାରେ ସିରୀ ଏଣ୍ଡ ସର୍ଚ୍ଚ ଉପରେ ଟ୍ୟାପ କରନ୍ତୁ ଏବଂ Hey Siri ଶୁଣନ୍ତୁ ଏବଂ ଟାଙ୍ଗଲ ଅନ କରନ୍ତୁ । ଏହା ଆକ୍ଟିଭ ହେବାପରେ ଆପେଲ ଆଇଫୋନରେ ଆପଣ ମେସେଜ ପଠାଇ ପରିବେ ଏବଂ ହ୍ୟାଣ୍ଡସ୍ ଫ୍ରି କଲ୍ ମଧ୍ୟ କରିପାରିବେ ।

Get real time updates directly on you device, subscribe now.