fbpx

ମେ ୩ ପରେ ପୁଣି ବଢ଼ିବ ଲକ ଡାଉନ ଅବଧି !

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ପୁଣି ବଢ଼ିପାରେ ଲକ ଡାଉନ ଅବଧି । ଏନେଇ ଆସନ୍ତା ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହା ପରେ ଏନେଇ ନିଷ୍ପତ୍ତି ନିଆଯାଇପାରେ । କିନ୍ତୁ ସାଂପ୍ରତିକ ସ୍ତିତିକୁ ଦେଖିଲେ ଲକ ଡାଉନ ବଢ଼ିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ମେ ୩ ତିନି ତାରିଖକୁ ଲକ ଡାଉନ ବଢ଼ାଯାଇଥିଲେ ମଧ୍ୟ କରୋନା ସ୍ଥିତି ଏପର୍ଯ୍ୟନ୍ତ କାବୁ କୁ ଆସିନାହିଁ । ସ୍ଥତିରେ ସାମାନ୍ୟ ସୁଧାର ଆସିଥିଲେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲୁଛି । ମିଳିଥିବା ତଥ୍ୟ ଅନୂଯାୟୀ ଲକ ଡାଉନ ଜାରୀ ରହିଲେ ସୁଦ୍ଧା ଭାରତରେ ମେ ୨୨ ବେଳକୁ ୭୫ ହଜାର ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏଭଳି ସ୍ଥତିରେ ଲକ ଡାଉନ ହଟାଇ ରିସ୍କ ନେବାକୁ ଚାହିଁବେନି ସରକାର । ତାଛଡା କିଛି ରାଜ୍ୟ କେନ୍ଦ୍ର ଘୋଷଣାଠୁ ଦୁଇପାଦ ଆଗକୁ ଯାଇ ମେ ୫ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ଓଡିଶା ସରକାର ଯଦିଓ ସେଭଳି କିଛି ଘୋଷଣା କରିନାହାନ୍ତି କିନ୍ତୁ ଯାଜପୁରରେ ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନରେ କଟକଣା ମେ ୫ ତାରିଖ ଯାଏ ରହିବ । ଆଜିଠୁ ୫ ତାରିଖ ମଧ୍ୟରେ ନୂଆ ମାମଲା ନଆସିଲେ ଭୁବନେଶ୍ୱର ପରି ସେଠାରୁ ମଧ୍ୟ କଟକଣା ହଟାଯିବ । କିନ୍ତୁ ଲକ ଡାଉନ ହଟାଯାଇନପାରେ ।

Get real time updates directly on you device, subscribe now.