fbpx

ଘରେ ବିଲେଇ ପାଳିଥିବା ଲୋକେ ସାବଧାନ । ଆମେରିକାରେ ପୋଷା ବିଲେଇକୁ କରୋନା ।

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ଘରେ ବିଲେଇ ପାଳିବା କିଛି ଲୋକଙ୍କ ସଉକ ଥାଏ । ବହୁ ଲୋକ ଆଦର ଓ ଯତ୍ନର ସହ ଘରେ ବିଲେଇ ପାଳିଥାନ୍ତି । କିନ୍ତୁ ଏବେ ଘରେ ବିଲେଇ ପାଳିଥିବା ଲୋକେ ସାବଧାନ ହୋଇଯାଆନ୍ତୁ ।କାରଣ ଏକ ପୋଷା ବିଲେଇ କୁ କରୋନା ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ଆମେରିକାରେ ଘଟିଛି ଏଭଳି ଘଟଣା । ପଡୋଶୀ ଘରୁ ବିଲେଇଟି କରେନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।ପୂର୍ବରୁ ଏକ ଚିଡିଆଖନାର ବାଘ କରୋନା ସଂକ୍ରମିତ ଥିବା ଦେଖାଯାଇଥିଲା । ଆଉ ବିଲେଇଟି ସଂକ୍ରମିତ ହେବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଗବେଷକଙ୍କ ଅନୁଯାୟୀ ପୂର୍ବରୁ ପଶୁଠୁ ମଣିଷ ସଂକ୍ରମିତ ହେବା ଦେଖାଯାଉଥିଲା କିନ୍ତୁ ମଣିଷଠୁ ପଶୁ ସଂକ୍ରମିତ ହେବା ବାସ୍ତବିକ ଚିନ୍ତାଜନକ ।

Get real time updates directly on you device, subscribe now.