fbpx

କିଏ ମୃତ୍ୟୁର ସୈାଦାଗର ? କରୋନା ,ମଦ ନାଁ ମାନସିକ ଅବସାଦ ?

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): ସାରା ବିଶ୍ୱରେ ଏବେ କରୋନା ଆତଙ୍କ । ଦିନକୁ ଦିନ ବଢ଼ିଚାଲୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତା ସହ ତାଳ ଦେଇ ବଢ଼ୁଛି ମୃତ୍ୟୁ ସଂଖ୍ୟା । ବିଗତ ୧୦୦ ଦିନରେ ପୃଥିବୀରେ ଦେଢ଼ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଛି । କିନ୍ତୁ ଆପଣ ଜାଣନ୍ତି କି କରୋନା ବ୍ୟତୀତ ଅନ୍ୟ କାରଣରୁ ବି କରୋନାଠୁ ଅଧିକ ଲୋକଙ୍କ ଜୀବନ ଯାଇଛି । କିନ୍ତୁ କରୋନା କାରଣରୁ ଏହା ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି । ଚଳିତବର୍ଷ ହୃଦରୋଗରେ ଏପର୍ଯ୍ୟନ୍ତ ପ୍ରାୟ ୪୯ ଲକ୍ଷ ଲୋକଙ୍କ ଜୀବନ ଗଲାଣି । ସେହିପରି ମଦ୍ୟପାନ ପାଇଁ ୮ ଲକ୍ଷ ଲୋକ ଜୀବନ ହରାଇଲେଣି । ଏଡସରେ ୩ ଲକ୍ଷ, ଅତ୍ମହତ୍ୟା କରିଛନ୍ତି ୨ଲକ୍ଷ ୨୦ ହଜାର ଓ ଖାଦ୍ୟ ଅଭାବରୁ ଅଢ଼େଇଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ତଛଡା ପ୍ରତିବର୍ଷ କେବଳ ମେଲିରିଆରେ ବିଶ୍ୱରେ ୬କୋଟିରୁ ଉଦ୍ଧ୍ୱର୍ ଲୋକ ଜୀବନ ହରାନ୍ତି ।ଏଥିରୁ ଆପଣ ଅନୁମାନ କରିପାରିବେ ପ୍ରକୃତରେ କିଏ ମୃତ୍ୟୁର ସୈାଦାଗର ।

Get real time updates directly on you device, subscribe now.