fbpx

ଓଡ଼ିଶା ସରକାରଙ୍କ ତରଫରୁ ବାହାରିଲା ୧୩୯ଟି ପଦବୀ: ଦଶମ ଓ ଦ୍ୱାଦଶ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ୧୩୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଜୟ ମା ଲକ୍ଷ୍ମୀ ବ୍ଲକ ଲେବଲ ଫେଡେରେସନ, ସୁନ୍ଦରଗଡ଼ ପକ୍ଷରୁ ଏହି ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ମାଷ୍ଟର ବୁକ କିପର ଓ ସିଆରପି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୧୦ମ / ଦ୍ୱାଦଶ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦୨୩ ମସିହା ମାର୍ଚ୍ଚ ମାସ ୧ ତାରିଖ ସୁଦ୍ଧା ୧୮ ବର୍ଷ ହୋଇଥିବା ଆବଶ୍ୟକ । ମାର୍ଚ୍ଚ ମାସ ୧ ତାରିଖ ଅପରାହ୍ଣ ୫.୩୦ ସୁଦ୍ଧା ପ୍ରାର୍ଥୀଙ୍କର ଆବେଦନ ପତ୍ର ଗ୍ରହଣ କରାଯିବ । ପ୍ରାର୍ଥୀ ଜଣେ ସ୍ୱୟଂ ସହାୟିକା ସଦସ୍ୟ (ଏସଏଚଜି) ହୋଇଥିବା ଆବଶ୍ୟକ । ସେ ଓଡ଼ିଆ ଭାଷା ଲେଖି ଓ ପଢ଼ି ପାରୁଥିବେ । ସେ ସ୍ଥାନୀୟ ଭାଷା ଭଲ ଭାବେ ଜାଣିଥିବେ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-Jai-Maa-Laxmi-Block-Level-Federation-Master-Book-Keeper-CRP-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://sundergarh.nic.in/about-district/whos-who/

Get real time updates directly on you device, subscribe now.