fbpx

ବଡ଼ ଦୁଃଖ ଖବର: ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟିକାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଏକ ବଡ଼ ଦୁଃଖ ଖବର ଆସିଛି । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟିକାଙ୍କ ପରଲୋକ ଘଟିଛି । ଆଠଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀ ଶେଷ ନିଃଶ୍ୱାସ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ରାସମଞ୍ଜରୀ ତାଙ୍କର ତିଗିରିଆ ସ୍ଥିତ ବାସଭବନରେ ପରଲୋକ ଗମନ କରିଥିବା ଜଣାପଡ଼ିଛି ।

ରାସମଞ୍ଜରୀ ଭାରତର ଶେଷ ରାଣୀ ତଥା ତିଗିରିଆ ଗଡ଼ଜାତର ମହାରାଣୀ ଭାବେ ବେଶ୍ ପରିଚିତ ଥିଲେ । ସେ ତିଗିରିଆ ଗଡ଼ଜାତର ଶେଷ ସ୍ୱାଧୀନ ରାଣୀ ଥିଲେ । ସେ ଗତ ୧୯୭୭-୮୦ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରାସମଞ୍ଜରୀଙ୍କ ମୃତ୍ୟୁ ଖବର ରାଜ୍ୟବାସୀଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳାଇ ଦେଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବହୁ ପ୍ରଶାସକ, ସାମ୍ବାଦିକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତି ୭୩ ବର୍ଷ ବୟସରେ ପରଲୋକ ଗମନ କରିଥିଲେ । ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହା ପୂର୍ବରୁ ଗତ ୧୪ ତାରିଖରେ ଦୁର୍ଘଟଣାରେ ରାଜ୍ୟର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ମୃତ୍ୟୁବରଣ କରିଥିଲେ । ସେ ୧୯୯୫ରୁ ୨୦୦୦ ମଧ୍ୟରେ ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ରହିଥିଲେ ।

Get real time updates directly on you device, subscribe now.