fbpx

ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା ; ଶୁଣାଣି କରିବାକୁ ମନା କଲେ, ହାଇକୋର୍ଟ ଯିବାକୁ କହିଲେ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କଠାରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏକ ବଡ଼ ଝଟକା ଲାଗିଛି। ମନୀଷ ସିସୋଡିଆଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧା ମନା କରି ଦେଇଛନ୍ତି। ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ସିସୋଦିଆଙ୍କୁ ପରାମର୍ଶ ଦେଇଛନ୍ତି। ମନୀଷ ସିସୋଦିଆ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ରିଲିଫ୍ ନ ପାଇବା ନେଇ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଦଳ କହିଛି ଯେ ଆମେ କୋର୍ଟକୁ ସମ୍ମାନ ଦେଉଛୁ। ଆମେ ହାଇକୋର୍ଟ ଯିବୁ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହିି ମାମଲାର ଶୁଣିବାକୁ ଚାହୁଁନାହାଁନ୍ତି। ପିଟିସନ ପ୍ରତ୍ୟାହାର କରିବାକୁ ସିସୋଦିଆ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଏହି ମାମଲା ଦିଲ୍ଲୀରେ ଘଟିଛି, ଏହାର ଅର୍ଥ ନୁହେଁ ଯେ ଆପଣ କେବଳ ସୁପ୍ରିମକୋର୍ଟକୁ ଆସିବେ, ଆପଣ ହାଇକୋର୍ଟ ମଧ୍ୟ ଯାଇପାରିବେ।

ଏହା ଉପରେ ସିସୋଦିଆଙ୍କ ଓକିଲ ସିଂହଭି କହିଛନ୍ତି ଯେ ଚାର୍ଜସିଟରେ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନାହିଁ । ତାଙ୍କ ପାଖରେ ୧୮ ଟି ବିଭାଗ ରହିଛି । କୌଣସି ସ୍ଥାନରୁ ଟଙ୍କା ୂଜବତ କରାଯାଇ ନାହିଁ। ବିନା କାରଣରେ ରାଜନେତାମାନଙ୍କୁ ଏମିତି ଗିରଫ କରିବା ଠିକ୍ ନୁହେଁ ।

Get real time updates directly on you device, subscribe now.