fbpx

SMS କରି ଲକ୍ କରନ୍ତୁ ନିଜ ଆଧାର କାର୍ଡ: କେହି ବି ଭୁଲ ବାଟରେ ବ୍ୟବହାର କରିପାରିବେନି

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କର ପଥମ ଏବଂ ମୁଖ୍ୟ ପରିଚୟପତ୍ର ପାଲଟିଛି ଆଧାର କାର୍ଡ । ସମସ୍ତ କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକ ପଡିଥାଏ । ତେବେ ଯଦି ଏହି କାର୍ଡ ଆପଣ ହଜାଇ ଦିଅନ୍ତି, ତେବେ ଏହାର ଭୁଲ ବ୍ୟବହାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଆପଣଙ୍କର ଏହି କାର୍ଡ ଆପଣଙ୍କର କେଉଁଠି ହଜିଯାଏ, ତେବେ ଆପଣ କ’ଣ କରିବେ । ଏଥିପାଇଁ ନାଗରିକଙ୍କ ସୁରକ୍ଷାକୁ ନଜରରେ ରଖି ଏହାକୁ ଲକ୍ ଏବଂ ଅନଲକ୍ କରିବା ପାଇଁ ଅନୁମତି ଦେଇଛନ୍ତି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ । ତେବେ ଆସନ୍ତୁ ଜାଣିବା ଆଧାର କାର୍ଡକୁ କିପରି କରିବେ ଲକ୍ ।

ଆଧାର କାର୍ଡ ୟୁଜର୍ସ ନିଜ ଆଧାର ନମ୍ବରକୁ ଏସଏମଏସ ଜରିଆଷର ଲକ୍ କରିପାରିବେ । ଲକ୍ ହେବା ପରେ ଏହାର କୌଣସି ଭୁଲ ବ୍ୟବହାର ହୋଇପାରିବ ନାହିଁ । ଏଥିପାଇଁ ଆଧାର ନମ୍ବରକୁ ଲକ୍ କରିବା ପୂର୍ବରୁ ୧୬ ଅଙ୍କର ଏକ ଭର୍ଚୁଆଲ ଆଇଡି(VID Number) ହେବା ଜରୁରୀ । ଜାଣନ୍ତୁ ଏହାହର ଉପାୟ:

ଆଧାର ଲକ୍ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ GETOTP<space> ଆଧାର ନମ୍ବରର ୪ କିମ୍ବା ୮ ନମ୍ବର ଟାଇପ କରି ଏହାକୁ ୧୯୪୭କୁ ପଠାଇ ଦିଅନ୍ତୁ ।

ଏହାପରେ ମୋବାଇଲକୁ ଏକ ୬ ଅଙ୍କ ବିଶିଷ୍ଟ ଓଟିପି ଆସିବ ।

ଲକିଙ୍ଗ ଆବେଦନ ପାଇଁ ଆପଣଙ୍କୁ LOCKUID<space> ଆଧାର ନମ୍ବରର ୪ କିମ୍ବା ୮ ନମ୍ବର <space>OTP ଲେଖନ୍ତୁ ଏବଂ ଏହାକୁ ୧୯୪୭କୁ ପଠାଇ ଦିଅନ୍ତୁ ।

ଏହାପରେ ଆପଣଙ୍କୁ କନଫର୍ମେସନ ମେସେଜ ଆସିଯିବ ।

ଲକ୍ ହେବା ପରେ ଆଧାର କାର୍ଡକୁ ପୁଣି ଥରେ ଅନଲକ୍ କରିବା ପାଇଁ UNLOCKUID<Space>VIDର ୬ କିମ୍ବା ୮ ନମ୍ବର <Space>OTP ୧୯୪୭କୁ ପଠାଇଦିଅନ୍ତୁ । ଏହାପରେ ଆପଣଙ୍କ ଆଧାର କାର୍ଡ ଅନଲକ୍ ହୋଇଯିବ ।

Get real time updates directly on you device, subscribe now.